ସ୍ୱର୍ଗତା ଶଖୀ ସେଠୀଙ୍କ ୧ମ ବାର୍ଷିକ ଶ୍ରାଦ୍ଧୋତ୍ସବରେ ଯୋଗଦେଲେ ବିଜେଡ଼ିର ବହୁ ତୁଙ୍ଗନେତା

ରାଜ୍ୟ
Share

ଝଙ୍କଡ଼(୨୪/୮) ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ବିଜୁଜନତା ଦଳର ଲୋକପ୍ରିୟ ସଂଗ୍ରାମୀନେତା ଯୁଧିଷ୍ଠିର ସେଠୀ ଙ୍କ ମାଆ ଧର୍ମପ୍ରାଣା ସ୍ବର୍ଗତଃ ଶଖୀ ସେଠୀ ଙ୍କ ପ୍ରଥମବାର୍ଷିକ ଶ୍ରାଦ୍ଧୋତ୍ସବରେ ବିଜେଡ଼ିର ବହୁ ନେତା ମନ୍ତ୍ରୀ, ବିଧାୟକ ଓ ଜଗତସିଂହପୁର ଜିଲ୍ଲାର ଆଞ୍ଚଳିକ ଜନପ୍ରତିନିଧି ଙ୍କ ସମେତ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିବାର ଦେଖିବାକୁ ମିଳିଥିଲା ।

ତେବେ ଏଥିପୂର୍ବରୁ ବିଗତ ଦୁଇ ଦୁଇଟି ସାଧାରଣ ନିର୍ବାଚନରେ ସମାଜସେବୀ ଯୁଧିଷ୍ଠିର ସେଠୀ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ପାଇଁ ବିଧାନସଭା ନିମନ୍ତେ ଟିକେଟ ପାଇଁ ଦାବିଦାର ଥିଲେ ମଧ୍ୟ ତାଙ୍କୁ ଏପର୍ଯ୍ୟନ୍ତ ଦଳୀୟ ଟିକେଟ ରୁ ବଞ୍ଚିତ କରାଯାଇଥିବା ବେଳେ , ତାଙ୍କ ମାଆଙ୍କ ଶ୍ରାଦ୍ଧୋତ୍ସବରେ ଦଳୀୟ ନେତା ମାନଙ୍କର ଏହି ଭେଟଭାଟ କୁ ରାଜନୈତିକ ମହଲରେ ବେଶ ଗୁରୁତ୍ଵ ଦିଆଯାଉଛି !

ରଘୁନାଥପୁର ବ୍ଲକ, ଗୁଆଲିପୁର ପଞ୍ଚାୟତ ଅଧୀନ ଗୋରଦିଆ ଗ୍ରାମର ମା ଜାଗୁଳାଇ ଙ୍କ ପୀଠସ୍ଥଳି ରେ ଗତ ବୁଧବାର ଦିନ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଖାଦ୍ୟ, ଯୋଗାଣ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ , ମାହାଙ୍ଗା ବିଧାୟକ ପ୍ରତାପ ଜେନା , ସରକାରୀ ଦଳର ମୂଖ୍ୟସଚେତକ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି , ଜିଲ୍ଲାବିଜେଡ଼ି ସଭାପତି ରବିନାରାୟଣ ଜେନା , ଜଗତସିଂହପୁର ଜିଲ୍ଲାପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ ଙ୍କ ସମେତ ବହୁ ଜିଲ୍ଲାପରିଷଦସଦସ୍ୟ, ସରପଞ୍ଚ, ସମିତିସଭ୍ୟ ଓ ବିଭିନ୍ନସାଙ୍ଗଠନିକ କର୍ମକର୍ତ୍ତା ମାନେ ଯୋଗଡେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।

ଏହି ଉପଲକ୍ଷେ ଆୟୋଜିତ ଭଜନସଂଧ୍ୟା କାର୍ଯ୍ୟକ୍ରମ ରେ କଟକର ଶ୍ରୀ ସାଇ ଭାଜନ ସନ୍ଧ୍ୟାର ଖ୍ୟାତନାମା କଳାକାର ରବିନାରାୟଣ ଦାସ , ଶ୍ରୀ ବିଷ୍ଣୁ ଚରଣ , ରଚିତା ସାହୁ ଓ ମାମୀ ଦାସ ପ୍ରମୁଖ ଭକ୍ତିସଙ୍ଗୀତ ପରିବେଷଣ କରି ସମବେତ ଶ୍ରୋତା ମାନଙ୍କୁ ମନ୍ତ୍ରମୁଗଧ କରିଦେଇଥିଲେ ।

xex
ପ୍ରବଳ ବର୍ଷାସତ୍ବେ ହଜାର ହଜାର ନିମନ୍ତ୍ରିତ ଅତିଥି ମାନେ ଅନେକ ସମୟଧରି ଏଠାରେ ଉପସ୍ଥିତ ରହି ଶୋକସନ୍ତପ୍ତ ପରିବାରର ଯୁଧିଷ୍ଠିର ସେଠୀ , ଲକ୍ଷ୍ମଣ କୁମାର ସେଠୀ , କବିତାରାଣୀ ସେଠୀ , ନିରୁପମା ସେଠୀ ଅଭିଲାସ ସେଠୀ, ଆଦିତ୍ୟ ପ୍ରତାପ ସେଠୀ ଓ ଆଦ୍ୟାସା ସେଠୀ ପ୍ରମୁଖଙ୍କୁ ସାନ୍ତ୍ଵନା ଦେବାସହିତ ଉପସ୍ଥିତ ଦଳୀୟକର୍ମୀ ମାନଙ୍କ ସହିତ ଭାବବିନିମୟ କରିଥିବାର ଦେଖିବାକୁ ମିଳିଥିଲା

Leave a Reply

Your email address will not be published. Required fields are marked *