ଝଙ୍କଡ଼ (୫/୯) : ବାଣୀ କ୍ଷେତ୍ର ଝଙ୍କଡ଼ ସାରଳାପୀଠ କନକପୁର ସ୍ଥିତ ସାରଦା ଏକାଡେମୀ ର ଐତିହ୍ୟ ପ୍ରାସାଦ ରେ ପବିତ୍ରଗୁରୁଦିବସ ପାଳନ ସମୟରେ ଏକ ଭାବମୟ ପରିବେଶ ସୃଷ୍ଟି ହୋଇଥିଲା। ଏକାଡେମୀ ର ଛାତ୍ରଛାତ୍ରୀ ମାନେ ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ପରେ , ବୈଦିକ ରୀତିନୀତିରେ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଉପଲକ୍ଷେ ଆୟୋଜିତ ସଭାରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସରୋଜ କୁମାର ମହାନ୍ତି ସଭାପତିତ୍ବ କରିଥିଲାବେଳେ, ଉପସ୍ଥିତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରେ ରବୀନ୍ଦ୍ରନାଥ ଲେଙ୍କା , ଜ୍ଞାନରଞ୍ଜନ ଲେଙ୍କା , ଶର୍ମିଷ୍ଠା ପରିଜା , ଅଶ୍ରୁମୋଚନ ବେହେରା , ଚପଳା ସେନାପତି , ଅନିନ୍ଦିତା ମିଶ୍ର , ଦୀପକ କୁମାର ସ୍ବାଇଁ , ସ୍ୱାଗତିକା ମହାନ୍ତି , ପ୍ରଞ୍ଜ୍ୟା ପାରମିତା ସ୍ୱାଇଁ , ସସ୍ମିତା କୁମାରୀ ମଲ୍ଲିକ , ଅନୁସୟା ବଳ ଓ ସ୍ଵର୍ଣ୍ଣଲତା ବଳ ପ୍ରମୁଖ , ଭାରତୀୟ ସଂସ୍କୃତି ରେ ଗରୁପୁଜା ପରମ୍ପରା ର ବୈଶିଷ୍ଟ୍ୟ, ବିଶେଶ୍ୱତ ଓ ମହତ୍ତ୍ଵ ଉପରେ ଆଲୋଚନା କରି, ବିଦ୍ୟାର୍ଥୀ ମାନଙ୍କୁ ଅନୁପ୍ରାଣୀତ କରିଥଲେ। ଏହି ସମସ୍ତ କାର୍ଯ୍ୟକ୍ରମର ପରିଚାଳନା କରିବା କ୍ଷେତ୍ରରେ ବିବୁଧେନ୍ଦୁ ବଳ ଙ୍କ ସମେତ ସମସ୍ତ ଶିକ୍ଷାକର୍ମୀମାନେ ସକ୍ରିୟ ସହଯୋଗ କରିଥିଲେ