ଝଙ୍କଡ଼ (୫/୯): ଜଗତସିଂହପୁରଜିଲ୍ଲା ବିଯୁ ଯୁବ ଛାତ୍ର ଜନତା ଦଳର କର୍ମଶାଳା ଆସନ୍ତା ସେପ୍ଟେମ୍ବର ୧୫ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ , ଏହି ଉପଲକ୍ଷେ ଏକ ପ୍ରାକ ପ୍ରସ୍ତୁତି ବୈଠକ ଗତ ମଙ୍ଗବାର ଦିନ ଅପରାହ୍ନ ରେ ତିର୍ତ୍ତୋଲ ସ୍ଥିତ ଆନନ୍ଦମଣ୍ଡପ ସଭାଗୃହ ରେ ତିର୍ତ୍ତୋଲ ବ୍ଲକ ଯୁବବିଜେଡ଼ି ସଭାପତି ସୁଜିତ୍ ମହାନ୍ତି ଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିଲା | ଏହି କାର୍ଯ୍ୟକ୍ରମରେ, ଜିଲ୍ଲା ବିଜେଡ଼ି ସଭାପତି ରବିନାରାୟଣ ଜେନା , ତିର୍ତ୍ତୋଲର ଯୁବ ବିଧାୟକ ବିଜୟ ଶଙ୍କର ଦାସ , ଜିଲ୍ଲା ଯୁବ ବିଜେଡ଼ି ସଭାପତି ସମିତ୍ କୁମାର ଲେଙ୍କା, ଜିଲ୍ଲା ଯୁବ ବିଜେଡ଼ି ସଭାପତି ସୌମ୍ୟଜିତ୍ ମହାପାତ୍ର , ରାଜ୍ୟ ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ପ୍ରଦୀପ୍ତ ଭୂୟାଁ , ତିର୍ତ୍ତୋଲ ବ୍ଲକ ବିଜେଡ଼ିର ପୂର୍ବତନ ସଭାପତି ଅଶ୍ଵିନୀ ଦାସ, ନିର୍ବାଚନ ମଣ୍ଡଳୀ ଯୁବ ବିଜେଡ଼ି ସଭାପତି ଇଁ ସୁମିତ ଦାସ, ଛାତ୍ର ବିଜେଡ଼ି ସଭାପତି ଶୁଭ୍ରକାନ୍ତ ଜେନା , କାର୍ଯ୍ୟକାରୀ ସଭାପତି ରବିନାରାୟଣ କର ,ଓ ବ୍ଲକବିଜେଡ଼ି ସଭାପତି କାଳନ୍ଦି ଦାଶ ପ୍ରମୁଖ ମଞ୍ଚାସୀନ ହୋଇ, ଆଗାମୀ କର୍ମଶାଳା କୁ ସରସ ସୁନ୍ଦର ଓ ସଫଳ କରିବାପାଇଁ ସମସ୍ତ ଙ୍କୁ ଆହ୍ବାନ ଦେଇଥିଲେ । ବିଶିଷ୍ଟ ଯୁବନେତା ଧ୍ୟାନରଞ୍ଜନ ନନ୍ଦ ମଞ୍ଚ ପରିଚାଳନା କରିଥିବାର ଦେଖିବାକୁ ମିଳିଥିଲା ।
ତେବେ ଏହି ପ୍ରସ୍ତୁତି ବୈଠକ ରେ ୨୧ ଟି ପଞ୍ଚାୟତ ର ଯୁବ ଓ ଛାତ୍ର ବିଜେଡ଼ି ର ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ। ସସସ୍ତ୍ ପ୍ରକାରର ମତପାର୍ଥକ୍ୟ ଭୁଲି ଦଳୀୟ ସଙ୍ଗଠନ କୁ ସୁଦୃଢ କରିବା ପାଇଁ, ଏକାଠି ମିଳିମିଶି କାମ କରିବା ପାଇଁ ମଞ୍ଚାସୀନ ନେତ୍ରୁମଣ୍ଡଳୀ ପରାମର୍ଶ ଦେଇଥିଲେ । ମାତ୍ର ନିର୍ଦ୍ଧାରିତ ସମୟସୀମା ପରେ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲେ ମଧ୍ୟ ସମସ୍ତଙ୍କର ସକ୍ରିୟ ସହଯୋଗ ଦେଖିବାକୁ ମିଳିଥିଲା