ଝଙ୍କଡ଼ ଶାରଳାପୀଠକୁ ଯାତ୍ରୀବାହୀ ବସ ଚଳାଚଳ କରିବାକୁ ଦାବୀ

ରାଜ୍ୟ
Share

ଝଙ୍କଡ଼ :  ପ୍ରସିଦ୍ଧ ବାଣୀ କ୍ଷେତ୍ର ଝଙ୍କଡ଼ ଶାରଳାପୀଠ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ପାଇଥିଲେ ମଧ୍ୟ ଏଠାକୁ ଗୋଟିଏ ହେଲେ ଯାତ୍ରୀବାହିବସ୍ ଚଳାଚଳ ହେଉନାହିଁ ।  ଆଜକୁ ପ୍ରାୟ ୪୦ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ବରରୁ ଶାରଳାପୀଠ କନକପୁର କୁ ଗୋଟିଏ ସରକାରୀ ଯାତ୍ରୀବାହି ବସ୍ ରାଜ୍ୟସରକାର ଙ୍କ ପରିବହନ ବିଭାଗ ତରଫରୁ ଯାତାୟତ କରୁଥିଲା । ମାତ୍ର ଏହି ସରକାରୀବସ ଯାତାୟତ ବନ୍ଦହେବାର ବହୁବର୍ଷ ପରେ, ଗରୁଡ ନାମକ ଆଉଏକ ଘରୋଇ ଯାତ୍ରୀବାହି ବସ୍ ଦିନକୁ ଦୁଇଥର କଟକ ପର୍ଯ୍ୟନ୍ତ ଯାତାୟତ କରିଆସୁଥିଲା, ହେଲେ , ରାସ୍ତାକାମ ଚାଲୁଥିବାରୁ ଏହି ବସଟି ଶାରଳାମନ୍ଦିର ପାଖକୁ ନଆସି ଦୁଇ କିଲୋ ମିଟର ଦୂରରେ ମୁଳୀସିଂ ସହରହାଟ ପର୍ଯ୍ୟନ୍ତ ଆସୁଥିଲା ।  ମାତ୍ର ରାସ୍ତାକାମ ପ୍ରାୟ ସରିଯିବା ପରେ, ସେହି ବାଟ ଦେଇ ଶହ ଶହ ଟୁରିଷ୍ଟବସ ପ୍ରତିଦିନ ଶାରଳାପୀଠ କନକପୁରକୁ ଆସୁଥିଲେ ମଧ୍ୟ କଣ ପାଇଁ ଆଜି ପର୍ଯ୍ୟନ୍ତ ଏହି ଘରୋଇ ଯାତ୍ରୀବାହି ” ଗରୁଡବସ” ଟି ଏଠାକୁ ନଆସି , ସହରହାଟ ରେ ରହୁଚି , ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ବିଶେଷ କରି କିଛିଦିନ ପୂର୍ବରୁ ରାଜ୍ୟପରିବହନ ମନ୍ତ୍ରୀ ଟୁକୁନୀ ସାହୁ, ଶାରଳାମନ୍ଦିର ପରିଦର୍ଶନରେ, ଆସିଥିବା ଅବସରରେ , ମନ୍ଦିରର ପଣ୍ଡା ସେବକ ଓ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ତାଙ୍କୁ ଭବ୍ୟସମ୍ବର୍ଦ୍ଧନା ଦେବା ସହିତ, ଶାରଳାପୀଠ କୁ ମୋ ବସ ସେବା ର ପ୍ରଚଳନ କରାଇବା ସଙ୍ଗେ ସଙ୍ଗେ, ରାଜଧାନୀ ଭୁବନେଶ୍ବରରୁ ଆଉ ଏକ ଯାତ୍ରୀବାହୀ ସରକାରୀବସ ଦିନକୁ ଦୁଇଥର ଚଳା ଚଳ କରାଇବାକୁ ଦାବୀ କରିଥିଲେ। ଏଥିପ୍ରତି ସରକାର ଖୁବ୍ ଶୀଘ୍ର ପଦକ୍ଷେପ ନେବେ ବୋଲି ବିଭାଗୀୟ ମନ୍ତ୍ରୀ, ଉପସ୍ଥିତ ଲୋକମାନଙ୍କୁ ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଇତି ମଧ୍ୟରେ ଦୀର୍ଘ ଦୁଇମାସ ବିତିଯାଇଥିଲେ ମଧ୍ୟ ମନ୍ତ୍ରୀ ଙ୍କ ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ହିଁ ରହିଯାଇଛି। ଯାହା ଫଳରେ କେବଳ ସ୍ଥାନୀୟ ଅଧିବାସୀ ମାନେ ନୁହଁନ୍ତି , ସମଗ୍ର ରାଜ୍ୟ ଓ ରାଜ୍ୟବାହାରୁ ଏହି ପ୍ରସିଦ୍ଧ ତଥା ପ୍ରାଚୀନ ଶକ୍ତିପୀଠ, ବାଣୀ କ୍ଷେତ୍ର ଝଙ୍କଡ଼ ଶାରଳାପୀଠ କୁ ପ୍ରତିଦିନ ମାଆଙ୍କ ଦର୍ଶନ ପାଇଁ ଆସୁଥିବା ସହସ୍ରାଧିକ ଶ୍ରଦ୍ଧାଳୁଭକ୍ତ , ତୀର୍ଥଯାତ୍ରୀ ଓ ଦେଶ ବିଦେଶର ପର୍ଯ୍ୟଟକ ମାନେ, ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେଥିପାଇଁ ଶାରଳାପୀଠ ଯାତ୍ରୀସୁରକ୍ଷା ମଞ୍ଚ ତରଫରୁ ଆଇନଜୀବି ରଞ୍ଜନ କୁମାର ପଣ୍ଡା , କନକପୁର ସରପଞ୍ଚ ରେବତୀ ମହାନ୍ତି , ଆଇନଜୀବି ମହେଶ ମହାନ୍ତି , ଯୁବସମାଜସେବୀ ଧୀରେନ୍ଦ୍ର କୁମାର ସାହୁ , ବରିଷ୍ଠସେବାୟତ ଲକ୍ଷ୍ମୀଧର ମହାପାତ୍ର , ସତ୍ୟଭୂଷଣ ଦାସ , ଗୋପାଳ ଚନ୍ଦ୍ର କୁଅଁର , ବରିଷ୍ଟନାଗରିକ ଲକ୍ଷ୍ମୀଧର ସ୍ବାଇଁ , ଗୁରୁଚରଣ ଜେନା , ସମିତି ସଭ୍ୟ ଅଜୟ କୁମାର ରାଉଳ , ସମାଜ ସେବୀ ଭାସ୍କର ଚନ୍ଦ୍ର ନାୟକ , ବ୍ରଜ କିଶୋର ମଲ୍ଲିକ , ଯୁବନେତା ସୁମିତ ଦାସ ଓ ବଳରାମ ସ୍ବାଇଁ ଙ୍କ ସମେତ ଶତାଧିକ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ , ଶାରଳାପୀଠ କୁ ଯାତ୍ରୀବାହୀ ସରକାରୀବସ ଓ ମୋ ବସ ସେବା ର ପ୍ରଚଳନ କରାଇବା ପାଇଁ , ବିଭାଗୀୟ ମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ନିକଟରେ ଦୃଢ଼ ଦାବୀ କରିଅଛନ୍ତି |

Leave a Reply

Your email address will not be published. Required fields are marked *