ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୩ ତମ ଜନ୍ମ ବାର୍ଷିକୀରେ ଓଡ଼ିଶାର କଟକ ଜିଲ୍ଲାର ଚିତ୍ରଶିଳ୍ପୀ ଏକ ନିଆରା ଫଟୋଚିତ୍ର ଆଙ୍କିଛନ୍ତି । କଟକର ଚିତ୍ରଶିଳ୍ପୀ ଦୀପକ ବିଶ୍ୱାଳ ଧୂଆଁରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏକ ଚିତ୍ର ଆଙ୍କିଛନ୍ତି । ଏଥିସହିତ ଏହାର ପୃଷ୍ଠଭୂମିରେ କୋଣାର୍କର ସୂର୍ଯ୍ୟ ମନ୍ଦିର ଚକ୍ରର ଏକ ସୁନ୍ଦର ଚିତ୍ର ମଧ୍ୟ ଆଙ୍କିଛନ୍ତି । ଯାହାକି ଦେଖିବାକୁ ଖୁବ ଆକର୍ଷଣୀୟ ରହିଛି।
ଦୀପକ ମୋଦୀଙ୍କ ଏଭଳି ସ୍ବତନ୍ତ୍ର ଚିତ୍ର ଆଙ୍କିବାକୁ ନେଇ କହିଛନ୍ତି, “ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୩ ତମ ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଏକ ଧୂଆଁ ଚିତ୍ର ଆଙ୍କିଛି । ଏହି କଳାକୃତି ପାଇଁ ଏକ ମହମବତୀ, ଛୁଞ୍ଚି (କିମ୍ବା ପୁରୁଣା ପେନ୍ ନିବ୍) ଏବଂ କାନଭାସର ବ୍ୟବହାର କରିଛି । ଚିତ୍ରରେ ମୁଁ କୋଣାର୍କ ଚକକୁ ମଧ୍ୟ ଚିତ୍ରଣ କରିଛି, ଯାହା ଓଡ଼ିଶାର ଚମତ୍କାର ସଂସ୍କୃତି ଓ ଐତିହ୍ୟକୁ ପ୍ରତିନିଧିତ୍ୱ କରୁଛି । କୋଣାର୍କ ଚକ୍ର ଆଗରେ ଜି -୨୦ ରାତ୍ରୀ ଭୋଜନରେ ବିଶ୍ୱ ନେତା ତଥା ପ୍ରତିନିଧୀଙ୍କୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଥିଲେ । ଏହା ଆମ ପାଇଁ ଗର୍ବର ବିଷୟ ।’