ସେପଟେ ଆସନ୍ତା କାଲି ରିମାଣ୍ଡରେ ଆସିବ ଇରାନୀ ପାତ୍ର ସ୍ୱାମୀ ନିଶିକାନ୍ତ ପାତ୍ର। ଏହି ରିମାଣ୍ଡ ସମୟ ପୋଲିସ ପାଇଁ ବଡ଼ ଗୁରୁତ୍ୱ ବହନ କରୁଛି। ଭୁବନେଶ୍ୱର ଏସଡିଜେଏମ କୋର୍ଟ ଅନୁମତି ଦେଲେ ଇରାନୀଙ୍କ ସ୍ୱାମୀ ନିଶିକାନ୍ତଙ୍କୁ ରିମାଣ୍ଡରେ ନେଇ ପଚରା ଉଚରା କରିବ । ରିମାଣ୍ଡ ସମୟରେ ବ୍ୟାଙ୍କ ଟ୍ରାନଯାକ୍ସନ, ମୋବାଇଲ ଚାଟ, କଲ ସିଡ଼ିଆର ରିପୋର୍ଟକୁ ନେଇ ତାକୁ ପଚରା ଉଚରା ସହିତ ଆଉ କେମିତି ଯୋଜନାବଦ୍ଧ ଭାବେ ହନିଟ୍ରାପରେ ଫସାଇ ଟଙ୍କା ଲୁଟୁଥିଲେ ତାର ରହସ୍ୟ ଭେଦ କରିବ ପୋଲିସ ।
ନିଶିକାନ୍ତ ଯେଉଁ ତଥ୍ୟ ଦେବେ ତାକୁ ଆଧାର କରି ଆବଶ୍ୟକ ପଡିଲେ ଇରାନିକୁ ରିମାଣ୍ଡରେ ଆଣିବ ପୋଲିସ। ଧୀରେ ଧୀରେ ଇରାନୀ ଗ୍ୟାଙ୍ଗର ପର୍ଦା ଫାଶ କରୁଛି ତମାଣ୍ଡୋ ଥାନା ପୋଲିସ ।