ଝଙ୍କଡ଼ : ଜଗତସିଂହପୁର୍ ଜିଲ୍ଲା ସଦର ମହକୁମା ରେ ଆଦିକବି ସାରଳା ଦାସ ସଂସ୍କୃତି ଭବନରେ, ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସ୍ତରୀୟ ପ୍ରଥମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ଆସିଥିବା ଅବସରରେ ଗତ ରବିବାର ଦିନ ସନ୍ଧ୍ୟାରେ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ନିମନ୍ତେ ଏଠାରେ ପହଞ୍ଚିବା ପରେ ମାଆଙ୍କ ସଂଧ୍ୟା ଆରତୀ ଦର୍ଶନ କରିଥିଲେ । ମନ୍ଦିର ବେଢ଼ା ପରିକ୍ରମା କରିବା ସମୟରେ, ସିଦ୍ଧବକୁଳ ବେଦୀ ନିକଟରେ ସାରଳା ମନ୍ଦିରର ପଣ୍ଡା ସେବକ ମାନଙ୍କ ତରଫରୁ ମାଆଙ୍କ ପରିଛା ପଣ୍ଡିତ ସୁଦାମ ଚରଣ ପଣ୍ଡା , ମୂଖ୍ୟପୂଜକ ରଞ୍ଜନ କୁମାର ପଣ୍ଡା , ସେବାୟତସଂଘର ସଭାପତି ବିଜୟ କୁମାର ରାଉଳ , ବରିଷ୍ଠ ସେବାୟତ କ୍ଷୀରୋଦ କୁମାର ରାଉଳ , ରଞ୍ଜନ କୁମାର ରାଉଳ , ବିଶ୍ଵରଞ୍ଜନ ରାଉଳ , ସିଦ୍ଧାର୍ଥ ରାଉଳ, ରମେଶ ଚନ୍ଦ୍ର ରାଉଳ ଓ ରମାକାନ୍ତ ରାଉଳ ପ୍ରମୁଖ, ମାନ୍ୟବର ମନ୍ତ୍ରୀଙ୍କୁ ମା ସାରଳା ଙ୍କ ଫଟୋଚିତ୍ର , ଆଜ୍ଞାମାଳ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନୀତ ଓ ସମ୍ବର୍ଦ୍ଧିତ କରିଥଲେ ।
ତାଙ୍କ ସହିତ ଜଗତସିଂହପୁର ବିଧାୟକ ତଥା ସରକାରୀ ମୁଖ୍ୟସଚେତକ ପ୍ରଶାନ୍ତ କୁମାର ମୁଦୁଲି ଙ୍କୁ ମଧ୍ୟ ଅନୁରୂପ ସମ୍ମାନୀତ କରାଯାଇଥିଲା । ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନଙ୍କ ତରଫରୁ ଇଞ୍ଜିନିୟର ସୁମିତ ଦାସ, ଯଶୋବନ୍ତ ରାଉତ ଓ ନିଲୁ ମହାପାତ୍ର ପ୍ରମୁଖ, କନକପୁର ସ୍ଵାସ୍ଥ୍ୟକେନ୍ଦ୍ର କୁ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ରେ ପରିଣତ କରିବା ପାଇଁ ମନ୍ତ୍ରୀ ଙ୍କର ସଦୟ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ମନ୍ତ୍ରୀ ଏଠାରେ ପହଞ୍ଚିବା ପରେ , ତାଙ୍କୁ ତିର୍ତ୍ତୋଲ ତହସିଲଦାର ଅମୂଲ୍ୟ କୁମାର ସାହୁ , ସାରଳାମନ୍ଦିର ପ୍ରଶାସନ ର କାର୍ଯ୍ୟନିର୍ବାହୀ ଅଧିକାରୀ ସୌର୍ଯ୍ୟରଞ୍ଜନ ପରିଜା , ତିର୍ତ୍ତୋଲ ଥାନା ଆଇ ଆଇ ସି ଅଭିମନ୍ୟୁ ନାୟକ, କନକପୁର ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ର ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀ ମାନଙ୍କ ସହିତ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ତାଙ୍କୁ ସ୍ୱାଗତ କରି ମନ୍ଦିର ସିଂହଦ୍ଵାର ନିକଟକୁ ପାଛୋଟି ନେଉଥିବାର ଦେଖିବାକୁ ମିଳିଥିଲା। ଉଭୟ ନେତା କନକପୁର ସ୍ଵାସ୍ଥ୍ୟକେନ୍ଦ୍ର ର ଉନ୍ନତିକରଣ ନିମନ୍ତେ ସରକାର ଯଥାର୍ଥ ଦୃଷ୍ଟି ଦେବେ ବୋଲି ପ୍ରତିଶ୍ରୁତି ଦେବା ପରେ, ସମସ୍ତଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା ।