ଝଙ୍କଡ଼ : ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଙ୍କର ନିତ୍ୟସେବକ ସ୍ୱର୍ଗତ ବାବାଜୀ ରାଉଳ ଙ୍କ ଚତୁର୍ଦଶାହ ଉପଲକ୍ଷେ ଗତ, ଶନିବାର ଦିନ ବାବା କନକେଶ୍ୱର ମହାଦେବ ଙ୍କ ମନ୍ଦିର ସମ୍ମୁଖରେ , ମହାମନ୍ତ୍ର ନାମଯଜ୍ଞ , ଗୀତାଯଜ୍ଞ ଓ ସାଧୁ ସନ୍ଥ ମହାତ୍ମା ପୂଜନ କାର୍ଯ୍ୟକ୍ରମ, ଶ୍ରୀ ଜଗନ୍ନାଥ ସଂସ୍କୃତି ର ରାଷ୍ଟ୍ରୀୟ ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାବା ସୀତାରାମ ଦାସ , ବାବା ବାଇଧର ଦାସ , ବାବା ନୀଳାଚଳ ଦାସ , ମହନ୍ତ ଦିବ୍ୟକୃଷ୍ଣ ଦାସ , ମହନ୍ତ ମନୋହର ଦାସ , ବାବାଜୀ ଜଗନ୍ନାଥ ଦାସ ଓ ସ୍ବାମୀ ଗିରିଜା ନନ୍ଦ ପର୍ବତ ପ୍ରମୁଖ ଓଡିଶା ସାଧୁ ସନ୍ଥ ସମାଜ ର ବହୁ ସାଧୁ ସନ୍ଥ ମହାତ୍ମା ମାନେ ଯୋଗଦେଇ ସ୍ୱର୍ଗତ ବାବାଜୀ ରାଉଳ ଙ୍କ ସ୍ମୃତିଚାରଣ କରିବା ଅବସର ରେ ଜୀବନ ଓ ମୃତ୍ୟୁ ର ରହସ୍ୟ ସମ୍ପର୍କରେ ପୁରାଣ ଶାସ୍ତ୍ର ର ଉଦାହରଣ ଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ସ୍ୱର୍ଗତ ବାବାଜୀ ରାଉଳ ଙ୍କ ପୁତ୍ର ହରେକୃଷ୍ଣ ରାଉଳ ଓ ନାତି ପ୍ରଳୟ ରାଉଳ ନିମନ୍ତ୍ରିତ ସାଧୁ ସନ୍ଥ ମହାତ୍ମା ମାନଙ୍କୁ ପୁଷ୍ପମାଲ୍ୟ ଦେଇ ପୂଜାର୍ଚ୍ଚନା କରିବା ସହିତ ସମ୍ମାନୀତ ଓ ସମ୍ବର୍ଦ୍ଧିତ କରିଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ବିଜୟ କୁମାର ରାଉଳ , ଅରକ୍ଷିତ ରାଉଳ , ବିଶ୍ବରଂଜନ ରାଉଳ, ଚନ୍ଦନ ରାଉଳ , ସିଦ୍ଧାର୍ଥ ରାଉଳ , ପ୍ରଭାକର ରାଉଳ ଓ ରମାକାନ୍ତ ରାଉଳ ପ୍ରମୁଖ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା। ତେବେ ସତସଙ୍ଗ ପୂର୍ବରୁ ଦିବଂ ଗତ ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା ବେଳେ, ସତସଙ୍ଗ ଶେଷରେ ଜୟ ଜଗନ୍ନାଥ ଧ୍ଵନି ରେ ସଭାସ୍ଥଳ ପ୍ରକମ୍ପିତ ହୋଇ ଉଠିଥିଲା