ଝଙ୍କଡ଼ (୩୦/୧୦) : ତିର୍ତ୍ତୋଲ ନେହେରୁ ବଜାର ରେ ୫୪ ତମ ଗଜଲକ୍ଷ୍ମୀ ପୂଜା ମହୋତ୍ସବ ର ତୃତୀୟ ସନ୍ଧ୍ୟା ର ଆଧ୍ୟାତ୍ମିକ ସାରସ୍ଵତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଲକ୍ଷେ ଗତ ସୋମବାର ଦିନ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା କହିଲେଯେ, ସଂସ୍କୃତି ଆମ ଭିତରେ ଭାଇଚାରା କୁ ସୁଦୃଢ଼ କରେ । ଆଜି ଏହି ୫୪ ତମ ଗଜଲକ୍ଷ୍ମୀ ପୂଜା ମହୋତ୍ସବ,ଆମ ଅଞ୍ଚଳରେ ଆଉ ଏକ ବାଲିଯାତ୍ରା ର ଭ୍ରମ ସୃଷ୍ଟି କରିଛି। ଅନୁଷ୍ଠାନର ମାର୍ଗ ଦର୍ଶକ ଓ ପ୍ରତିଷ୍ଠାତା ନରହରି ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି ସଭାରେ ସମ୍ପାଦକ ବଟକୃଷ୍ଣ ଦାସ ସଭା ପରିଚାଳନା କରିଥିଲେ ।
ଏଥିରେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୁଜାତା ମହାନ୍ତି, ସମିତି ସଭ୍ୟ ପ୍ରବୀର ରାୟ , ସରଣି ବଜାରକମିଟି ସଭାପତି ଦେବେନ୍ଦ୍ର ମହାପାତ୍ର , ଛାତ୍ରନେତା ଦେବଦତ୍ତ ଦାଶ ଓ ସାରଳା ମହିମା ପ୍ରଚାରକ ରମାକାନ୍ତ ରାଉଳ ପ୍ରମୁଖ ଯୋଗଦେଇ ଦୀର୍ଘ ପାଞ୍ଚଦଶନ୍ଧି ରୁ ଉର୍ଦ୍ଧ୍ବ ଏହି ଗଜଲକ୍ଷ୍ମୀ ପୂଜା ମହୋତ୍ସବ ର ଆୟୋଜକ ଓ ବ୍ୟବସ୍ଥାପକ ମାନଙ୍କର ଉଚ୍ଚପ୍ରଶଂସା କରିଥିଲେ । ଉପସଭାପତି ନରେଶ ମହାପାତ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ ଶ୍ରୀକୃଷ୍ଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ତେବେ ପ୍ରତିଦିନ ଚାଲି ଆସିଥିବା ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ନୃତ୍ୟ ସଙ୍ଗୀତ ର ପ୍ରତିଯୋଗିତା ରେ ବିଚାରକ ଭାବେ ବିଶାରଦ ମନୋରଞ୍ଜନ ସ୍ୱାଇଁ ଜ୍ଞାନରଞ୍ଜନ ଦାସ , ବି , ଭାସ୍କର ଯୋଗଦେଇଥିବା ବେଳେ , ପବିତ୍ର ନାୟକ ଓ କୁନାଦଳାଇ ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା ଓ ଉପସ୍ଥାପନା କରିଥିଲେ । ପରିଶେଷରେ ପାୟଲ ଦ୍ୟାନ୍ସ ଗ୍ରୁପ୍ ର କଳାକାର ମାନଙ୍କ ଦ୍ବାରା ଚିତ୍ତାକର୍ଷକ ନୃତ୍ୟବିଚିତ୍ରା ସମବେତ ଦର୍ଶକମାନଙ୍କୁ ବିମୋହିତ କରିଥିବାର ଦେଖିବାକୁ ମିଳିଥିଲା