ନେହେରୁ ବଜାର ଗଜଲକ୍ଷ୍ମୀ ପୂଜାରେ ଯୋଗଦେଲେ ତିର୍ତ୍ତୋଲ ବିଧାୟକ

ରାଜ୍ୟ
Share

ଝଙ୍କଡ଼ (୩୧/୧୦) : ତିର୍ତ୍ତୋଲ ନେହେରୁ ବଜାର ଗଜଲକ୍ଷ୍ମୀ ପୂଜା ମହୋତ୍ସବ ର ୫୪ ତମ ଉପଲକ୍ଷେ ଆୟୋଜିତ ସାରସ୍ଵତ ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ  ଏହି ଗଜଲକ୍ଷ୍ମୀ ପୂଜା ମହୋତ୍ସବ ତିର୍ତ୍ତୋଲ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ଭକ୍ତି ଭାବମୟ ପରିବେଶ ସୃଷ୍ଟି କରିବା ସହିତ ବେପାର ବଣିଜ କ୍ଷେତ୍ରରେ ସମ୍ପୃକ୍ତ ବଜାରର ବ୍ୟବସାୟୀ ମାନଙ୍କୁ ମଧ୍ୟ ପ୍ରୋତ୍ସାହନ ପ୍ରଦାନ କରି ଆସୁଅଛି ବୋଲି କହିଥିଲେ।

ଅନୁଷ୍ଠାନର ମାର୍ଗ ଦର୍ଶକ ବିଶିଷ୍ଟ ସମାଜସେବୀ ନରହରି ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି ସଭାକୁ ସମ୍ପାଦକ ବଟକୃଷ୍ଣ ଦାସ ପରିଚାଳନା କରିଥିଲେ ।ସମ୍ମାନିତ ଅତିଥି ଭାବରେ ତିର୍ତ୍ତୋଲଅଞ୍ଚଳର ଖ୍ୟାତନାମା ରାଜନେତା ବସନ୍ତ କୁମାର ମହାପାତ୍ର , ତିର୍ତ୍ତୋଲ ସରପଞ୍ଚ ପ୍ରିୟମ୍ବଦା ମହାପାତ୍ର , ଛାତ୍ରନେତା ରବିନାରାୟଣ କର ଓ ସତ୍ୟସାଇ ବିଦ୍ୟା ମନ୍ଦିର ପରିଚାଳନା କମିଟିର ସମ୍ପାଦକ ଉମାକାନ୍ତ ଦାସ ପ୍ରମୁଖ ଯୋଗଦେଇ ତିର୍ତ୍ତୋଲ ମାଟିର ଗରୀମାମୟ ଐତିହ୍ୟ ସଂସ୍କୃତି ଓ ପରମ୍ପରାର ସ୍ମୃତି ଚାରଣ କରିଥଲେ , କମିଟିର ଉପସଭାପତି ନରେଶ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟମାନେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା ।

ତେବେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ କଳାକାର ମାନଙ୍କ ଦ୍ବାରା ଭରପୁର ମନୋରଞ୍ଜନ କାର୍ଯ୍ୟକ୍ରମ କୁ ଉପସ୍ଥିତ ଦର୍ଶକ ମାନେ ମନଭରି ଉପଭୋଗ କରିଥିଲେ

Leave a Reply

Your email address will not be published. Required fields are marked *