ଝଙ୍କଡ : ଦୀର୍ଘଦିନରୁ ଶାରଳା ରୋଡ଼ ଓ ତାର ଆଖପାଖ ଅଞ୍ଚଳରେ ଅତି ନିଃସହାୟ ଅବସ୍ଥାରେ ଘୁରି ବୁଲୁଥିବା ବିକୃତ ମସ୍ତିଷ୍କ ଅଜଣା ବ୍ୟକ୍ତି କୁ ଅସହାୟ ଅବସ୍ଥାରେ ସାମ୍ବାଦିକ ସୁରକ୍ଷା ସମିତି ଓ ବ୍ୟାସ ଫାଉଣ୍ଡେସନର ମିଳିତ ଉଦ୍ୟମରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ମଣିଜଙ୍ଗା ମେଡିକାଲ କୁ ପଠାଯାଇଥିଲା | ମଣିଜଙ୍ଗା ମେଡିକାଲ ଅଫିସର ପ୍ରାଥମିକ ଚିକିତ୍ସା କରିବା ପରେ ଉକ୍ତ ବ୍ୟକ୍ତିକୁ କଟକ ବଡ ଡାକ୍ତରଖାନା କୁ ସ୍ଥାନାନ୍ତର କରିଛି |
ଉକ୍ତ ଉଦ୍ଧାର କାର୍ଯ୍ୟରେ ସାମ୍ବାଦିକ ସୁରକ୍ଷା ସମିତିର ସଭାପତି ଶରତ କୁମାର ଦାଶ ବ୍ୟାସ ଫାଉଣ୍ଡେସନ କୁ ଅବଗତ କଲାପରେ ଫାଉଣ୍ଡେସନର ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟ, ଉପଦେଷ୍ଟା ସିଦ୍ଧେଶ୍ୱର ପଣ୍ଡା, ସାମ୍ବାଦିକ ରଞ୍ଜନ କୁମାର ମଲ୍ଲିକ, ସାମ୍ବାଦିକ ଭାଗବତ ପ୍ରସାଦଙ୍କୁ ନେଇ ସ୍ଥାନୀୟ କାଳୀପୂଜା କମିଟି ତଥା ସାମାଜିକ କର୍ମୀ ମାନଙ୍କ ସହଯୋଗରେ ଆମ୍ବୁଲାନ୍ସ ଡକାଇ ଉଦ୍ଧାରକାର୍ଯ୍ୟ କରିଥିଲେ | ସାମାଜିକ କର୍ମୀ ଭାବେ ନିତ୍ୟାନନ୍ଦ ନାୟକ, ପ୍ରଭୁଦର୍ଶନ ଚୌଧୁରୀ,ଶ୍ରୀନିବାସ ଦାଶ, ଭବେଶ ଚୌଧୁରୀ, ରଞ୍ଜିତ ମହାନ୍ତି, ମନୋରଞ୍ଜନ ନାୟକ, ଗୋପାଳ ଚନ୍ଦ୍ର ମହାନ୍ତି ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ | ଏହି କାର୍ଯ୍ୟକୁ ବଜାର କମିଟି, କାଳୀପୂଜା କମିଟି ତଥା ସ୍ଥାନୀୟ ଜନସାଧାରଣ ପ୍ରଶଂସା କରିବା ସହିତ ବ୍ୟାସ ଫାଉଣ୍ଡେସନ ଓ ସାମ୍ବାଦିକ ସୁରକ୍ଷା ସମିତିକୁ ସାଧୁବାଦ ଜଣାଇଛନ୍ତି |