ଜଗତସିଂହପୁର/ରାହାମା : କୁଜଙ୍ଗ ବ୍ଲକ ଅନ୍ତର୍ଗତ ଗରେଇ ଗ୍ରାମ ପଞ୍ଚlୟତର ନାଳିଆପାଳ ଗ୍ରାମର ସ୍ଵପ୍ନେଶ୍ୱର ମନ୍ଦିର ପରିସରରେ ଅବହେଳିତ ବୃଦ୍ଧା ବୃଦ୍ଧ ଓ ମାନସିକ ବିକାର ଗ୍ରସ୍ଥ ଲୋକମାନଙ୍କର ଥାଇଥାନ ପାଇଁ ଏକ ସେବାଶ୍ରମ ପରିକଳ୍ପନା କୁ ସାକାର କରିବା ପାଇଁ ବ୍ୟାସ ଫାଉଣ୍ଡେସନ ର ଅଧକ୍ଷ୍ୟା ସ୍ନେହମୟୀ ଆଚାର୍ଯ୍ୟ ଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକ ରେ ଗରେଇ ଗ୍ରା.ପ. ଉଚ୍ଚବିଦ୍ୟାଳୟ ର ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଶୁକଦେବ ନାୟକ ସଭାପତିତ୍ବ କରିଥିଲେ।
ଉକ୍ତ ସଭା ରେ ସ୍ଥାନୀୟ ଅଞ୍ଚଳର ଜିଲ୍ଲାପରିଷଦ ଜୋନ ୨ ରବିନାରାୟଣ ସାହୁ , ସରପଞ୍ଚ ବ୍ରଜ କିଶୋର ମହାରାଜ , ରଶ୍ମିତା ନାୟକ, ଡ ସୁନାକର ବେହେରା ,ଶରତ ଚନ୍ଦ୍ର ଦାଶ, ତୁଷାର ଲେଙ୍କା, ବିନୋଦ ମୁଦୁଲି , ରଞ୍ଜନ କୁମାର ପ୍ରଧାନ ,ସମାଜସେବୀ ତଥା ପଙ୍କପାଳ ସମବାୟ ସମିତି ସଭାପତି ଫକୀର ଦାସ, ନିକୁଞ୍ଜ ଚୌଧୁରୀ, ସନ୍ତୋଷ ଦାଶ, ସଂଗ୍ରାମ ମନ୍ତ୍ରୀ , ମନୋହର ସ୍ବାଇଁ, ଶରତ ଚନ୍ଦ୍ର ଦାଶ ,ରମାକାନ୍ତ ରାଉଳ , ପ୍ରସନ୍ନ କୁମାର ସେଠୀ,ପଣ୍ଡିତ ଡ ସିଦ୍ଧେଶ୍ୱର ପଣ୍ଡା , ମନୋଜ ପ୍ରଧାନ, ଡ ପବିତ୍ର କୁମାର କର,ବିପିନ ବିହାରୀ ଦାସ,ବିପିନ ମାଝୀ, ଆର୍ତ୍ତ ବନ୍ଧୁ ନାୟକ,ତୁଷାର କୁମାର ଲେଙ୍କା,ପ୍ରଭାତ ବାବୁ , ବୁଢ଼ା ବାବୁ,ଶାରଦା ପ୍ରସନ୍ନ ଦାସ,ହେମନ୍ତ ସାହୁ ଓ ବିଜେପି ଯୁବ ମୋର୍ଚ୍ଚା ସଭାପତି ପ୍ରସନ୍ନ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇ ଅସହାୟ ଅନଗ୍ରସର ମାନସିକ ବିକାର ଲୋକମାନଙ୍କର ଓ ବୃଦ୍ଧ ବୃଦ୍ଧା ମାନଙ୍କ ପାଇଁ ଆଶ୍ର୍ରୟ ଓ ଥଇଥାନ ନିମନ୍ତେ ଯୋଜନା ପ୍ରସ୍ତୁତି କରାଯାଇଥିଲା। ଯାହାର ନାମ ବ୍ୟାସ ବିଷ୍ଣୁ ସ୍ନେହାଳୟ ନାମରେ ନାମିତ କରାଯାଇଛି। ଆଗାମୀ ଦିନରେ ଏହାର ଭିତ୍ତି ପ୍ରସ୍ଥ ର ସ୍ଥାପନ କରାଯିବl ପାଇଁ ନିଷ୍ପତ୍ତି ନିଆଗଲା ।ଏଠାରେ ସ୍ମରଣ ଯୋଗ୍ୟ ଯେଉଁ ସ୍ଥାନ ରେ ଉକ୍ତ ସେବାଶ୍ରମଟି ନିର୍ମାଣ କରାଯିବ ସେହି ଜାଗାକୁ ନାଳିଆପାଳ ଅଞ୍ଚଳ ର ବାୟେଜେଷ୍ଠ ବ୍ୟକ୍ତି ବିଷ୍ଣୁ ଚରଣ ସ୍ବାଇଁ ଉକ୍ତ ଜମିକୁ ବ୍ୟାସ ଫାଉଣ୍ଡେସନ କୁ ଦାନ କରିଛନ୍ତି, ଯାହା କି ଭବିଷ୍ୟତ ରେ ଅସହାୟକଙ୍କ ସାହାରା ପାଲଟିବ |