ଜଗତସିଂହପୁର : ଗାରେଇ ଶ୍ରୀ ଜଗନ୍ନାଥଙ୍କ ପୀଠ ନିକଟସ୍ଥ ମୂତୁଣିଆ ଗ୍ରାମରେ ଶିଶୁପୁତ୍ର ଓମ୍ ର ପ୍ରଥମବାର୍ଷିକ ଜନ୍ମୋତ୍ସବ ଏକ ନିଆରା ଢଙ୍ଗରେ ପାଳନ କରାଯାଇଥିବାର ଦେଖିବାକୁ ମିଳିଛି। ବିଶିଷ୍ଟ ଭଗବତପ୍ରେମୀ ପ୍ରହ୍ଲାଦ ସାହୁ ନିଜ ନାତି ର ଜନ୍ମୋତ୍ସବ ରେ କେକକାଟି, ବତୀଲିଭା ପରମ୍ପରା କୁ ବିରୋଧକରି , ବତୀଜଳାଇ , ପ୍ରଭୁଙ୍କ ନାମ ସଙ୍କୀର୍ତ୍ତନ ମାଧ୍ୟମରେ ନାତି ଓମ୍ ର ଜନ୍ମଦିନ ପାଳନ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି।
ଏହି ଉପଲକ୍ଷେ ଗତ ଶନିବାର ଠାରୁ ସାଧୁ ସନ୍ଥ ମହାତ୍ମା ମାନଙ୍କ ଦ୍ଵାରା ସତସଙ୍ଗ, ମହିମାଧର୍ମର ସାଧୁଙ୍କ ତତ୍ବାବଧାନରେ ଧୁନି ଯଜ୍ଞ , ମହମନ୍ତ୍ର ନାମଯଜ୍ଞ ଓ ମହୋତ୍ସବ ଆଦି ଆଧ୍ୟାତ୍ମିକ ସାରସ୍ଵତ କାର୍ଯ୍ୟକ୍ରମ ସୋମବାର ଦିନ ଉଦଯାପିତ ହୋଇଯାଇଛି । ଏଥିରେ ବଂ ବମ୍ ପୁରୀ ବାବା ବାନମ୍ବର୍ ଦାସ ମହାରାଜ , ଗୋପ ବେଗୁନିଆ ବଳରାମ ଦାସ ଙ୍କ ପୀଠରୁ ସନାତନ ବାବା , ବାବାଜୀ ସୁବାସ ଦାସଜି , ଶ୍ରୀକ୍ଷେତ୍ର ପୁରୀ ର ଜଗନ୍ନାଥ ଦାସଜିି , ହନୁମାନ ବାବା ଓ ମହିମା ଅଲେଖବାବା ପ୍ରମୁଖ ଯୋଗଦେଇ, ପା ଶ୍ଚ୍ୟାତ ସଂସ୍କୃତି କୁ ଅନୁସରଣ ନକରି , ମହାଭାରତୀୟ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବାକୁ ଆହ୍ବାନ ଦେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଧ୍ରୁବ ଚରଣ ସାହୁ , ରାଜେଶ୍ କୁମାର ସାହୁ , ପ୍ରକାଶ ଚନ୍ଦ୍ର ସାହୁ , ସୁଭଦ୍ରା ସାହୁ ଓ ସସ୍ମିତା ସାହୁ ଙ୍କ ସମେତ ମୂତୁଣିଆ ଗ୍ରାମବାସୀ ମାନେ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା । ତେବେ ଏହି ଅଭିନବ କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳର ଏକ ଆଧ୍ୟାତ୍ମିକ ଭକ୍ତି ଭାବମୟ ପରିବେଶ ସୃଷ୍ଟି କରିଥିଲା