ଝଙ୍କଡ଼ ଶାରଳାପୀଠରେ ଭିକ୍ଷୁ ଓ ଅସହାୟ ଭିନ୍ନକ୍ଷମ ମନଙ୍କୁ ଶୀତବସ୍ତ୍ର ପ୍ରଦାନ !

ରାଜ୍ୟ
Share

ଝଙ୍କଡ଼ : ଜଗତସିଂହପୁର ଜିଲ୍ଲାର, ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗରାମ ପଞ୍ଚାୟତ ଅଧୀନ ଭାଗ୍ୟବତୀ ସେବା ପରିଷଦ ତରଫରୁ ମଙ୍ଗଳବାର ଦିନ ପୂର୍ବାହ୍ନରେ ମନ୍ଦିର ସମ୍ମୁଖରେ ଓ ପାରିପାର୍ଶ୍ବିକ ସ୍ଥାନରେ ଭିକ୍ଷାବୃତ୍ତି କରି ଜୀବନଯାପନ କରୁଥିବା ଅସହାୟ ଭିନ୍ନକ୍ଷମ ଓ ଗରିବ ଲୋକ ମାନଙ୍କୁ କମ୍ବଳ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ପରିଷଦର ଉପଦେଷ୍ଟା ତଥା ଗରାମ ସରପଞ୍ଚ ପ୍ରଦ୍ୟୁମ୍ନ କିଶୋର ଚଇନି ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି ବଣ୍ଟନ କାର୍ଯ୍ୟକ୍ରମରେ ଭାଗ୍ୟବତୀ ସେବା ପରିଷଦ ର ସଭାପତି ଦେବେନ୍ଦ୍ର କୁମାର ନାୟକ , ସମାଜସେବୀ ନିହାର ରଞ୍ଜନ ନାୟକ, ସଂଜିତ ନାୟକ, ବିଷ୍ନୁଚରଣ ଦାସ, ପ୍ରଦ୍ୟୁମ୍ନ ନାୟକ, ବିକ୍ରମ ନାୟକ, ନୃସିଂହ ପରିଡା, କେଦାର ରାଉତ, ଓ ନିରଞ୍ଜନ ରାଉତଙ୍କ ସମେତ କର୍ମକର୍ତ୍ତା ଓ ସ୍ବେଚ୍ଛାସେବୀମାନେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା । ତେବେ ବର୍ଷ ବର୍ଷ ଧରି ଏହି ଅନୁଷ୍ଠାନ ତରଫରୁ ବାରିଷ୍ଟ ନାଗରିକ ମାନଙ୍କୁ ତୀର୍ଥଦର୍ଶନ , ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରୋତ୍ସାହନ ପ୍ରଦାନ ଓ ଅସହାୟ ଭିନ୍ନକ୍ଷମ ମାନଙ୍କ ନିମନ୍ତେ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯାଉଥିବାରୁ, ସାଧାରଣରେ ଏହାର ଉଚ୍ଚ ପ୍ରଶଂସା କରାଯାଇଛି।

Leave a Reply

Your email address will not be published. Required fields are marked *