ଛାତ୍ରଛାତ୍ରୀଙ୍କୁ ଦଣ୍ଡ ଦେଇ ପ୍ରିନ୍ସପାଲ୍ ଓ ଶିକ୍ଷକ ଗିରଫ

ଦେଶବିଦେଶ
Share

IMAGE_1702887277

କର୍ଣ୍ଣାଟକର ଏକ ରେସିଡେନ୍ସିଆଲ ସ୍କୁଲରେ ପିଲାମାନଙ୍କୁ ଦଣ୍ଡ ସ୍ୱରୂପ ଟାଙ୍କି ସଫା କରିବା ଅଭିଯୋଗରେ ପ୍ରିନ୍ସପାଲଙ୍କ ସମେତ ଜଣେ ଶିକ୍ଷକ ଗିରଫ। ଏହି ସ୍କୁଲରେ କିଛି ଛାତ୍ର ସେଫ୍ଟି ଟାଙ୍କି ସଫା କରିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ସୂଚନା ଅନୁସାରେ, ପିଲାମାନେ କେବଳ ଟାଙ୍କି ସଫା କରିନଥିଲେ ସେମାନଙ୍କୁ ଦଣ୍ଡବିଧାନ ସ୍ୱରୂପ ପିଠିରେ ଓଜନିଆ ସ୍କୁଲ୍ ବ୍ୟାଗ୍ ଲଦି ଆଣ୍ଠେଇବାକୁ କୁହାଯାଇଥିଲା। ଏହି ସମୟରେ କିଛି ଭିଡିଓ ମଧ୍ୟ ଭାଇରାଲ୍ ହୋଇଥିଲା। ଘଟଣାରେ ଚାରି ଜଣ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ମଧ୍ୟ ବହିଷ୍କାର ହୋଇଛନ୍ତି।

ଏପରି ସମ୍ବେଦନଶୀଳ ଘଟଣା ଘଟିଛି କୋଲାରର ମୋରାର୍ଜୀ ଦେଶାଇ ରେସିଡେନ୍ସିଆଲ ସ୍କୁଲରେ। ଏହି ବିଦ୍ୟାଳୟରେ ଷଷ୍ଠରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପାଠ ପଢନ୍ତି। 19 ଜଣ ଛାତ୍ରୀଙ୍କ ସମେତ ମୋଟ 243 ଜଣ ପିଲା ଅଛନ୍ତି।

ଅଭିଯୋଗ ଅନୁସାରେ, ଚାରିଜଣ ଛାତ୍ର ନିଜ ହାତରେ ସ୍କୁଲରେ ଥିବା ସେପ୍ଟିକ୍ ଟ୍ୟାଙ୍କକୁ ସଫା କରିଥିଲେ। ଦଣ୍ଡ ସ୍ୱରୂପ ସେମାନଙ୍କୁ ଏପରି କରିବାକୁ କୁହାଯାଇଥିବା ଅଭିଯୋଗ ହୋଇଥିଲା। ଭାରତରେ ବିଦ୍ୟାଳୟଗୁଡିକରେ ଦଣ୍ଡବିଧାନ ବ୍ୟବସ୍ଥା ନିଷିଦ୍ଧ ହୋଇଥିଲେ ମଧ୍ୟ କୋମଳମତି ଶିଶୁଙ୍କ ଉପରେ ଏପରି ଅତ୍ୟାଚାର ଘଟଣା ବାରମ୍ବାର ସମ୍ନାକୁ ଆସୁଛି।

ଫଳରେ କର୍ଣ୍ଣାଟକ ପୁଲିସ ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ସ୍କୁଲ୍ ପ୍ରିନ୍ସିପାଲ୍ ଏବଂ ଜଣେ ଶିକ୍ଷକଙ୍କୁ ଗିରଫ କରିଛି। ଘଟଣା ନେଇ ପିଲାମାନଙ୍କ ଅଭିଭାବକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Leave a Reply

Your email address will not be published. Required fields are marked *