ଝଙ୍କଡ଼ : ଓଡିଶା ସରକାର ମଠ,ମନ୍ଦିର ଓ ଦେବାଦେବୀଙ୍କ ପୀଠର ଉନ୍ନତି ପାଇଁ ଯୋଜନା କରି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ତାର ବ୍ୟତିକ୍ରମ ଦେଖିବାକୁ ମିଳିଛି,
ତିର୍ତ୍ତୋଲ ବ୍ଲକ କୋଷ୍ଠୀମଲ୍ଲିକାପୁର ପଞ୍ଚାୟତର ବାଖରପୁର ଗ୍ରାମର ପ୍ରସିଦ୍ଧ ମା’ଭଗବତୀଙ୍କ ପୀଠସ୍ଥଳୀରେ । କେଉଁ ଆବାହମାନ କାଳରୁ ମା’ଭଗବତୀ ପୂଜା ପାଇଆସୁଥିବା ବେଳେ ପୀଠଟି ଦୀର୍ଘଦିନ ଧରି ଅବହେଳିତ ହୋଇ ପଡି ରହିଛି । ମା’ଭଗବତୀଙ୍କ ଅଲୌକିକ ସ୍ୱପ୍ନାଦେଶ ଯୋଗୁଁ ଗ୍ରାମବାସୀଙ୍କ ସହଯୋଗରେ ଗତ ଦୁଇଦିନ ଧରି ଆୟୋଜିତ ହୋଇଥିଲା ଭାଗବତ ଗୀତା ଯଜ୍ଞ।ନୈଷ୍ଟିକ ଯାଜ୍ଞିକ ବ୍ରାହ୍ମଣ ମାନଙ୍କ ଦ୍ୱାରା ଯଜ୍ଞାନୁଷ୍ଠାନ କରାଯାଇଥିବା ବେଳେ ଏଥିରେ ସାମିଲ ହୋଇଥିଲେ ହଜାର ହଜାର ଶ୍ରଦ୍ଧାଳୁ ଅଞ୍ଚଳବାସୀ।ଏହି ପୀଠର ଉନ୍ନତି ପାଇଁ 5Tସଚିବଙ୍କୁ ଜଣାଇଥିଲେ ମଧ୍ୟ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଛି ଏହି ପୀଠ ବୋଲି ଆୟୋଜକ ଓ ଅଞ୍ଚଳବାସୀ କ୍ଷୋଭକ୍ତି ପ୍ରକାଶ କରିଛନ୍ତି।ପବିତ୍ର ମାର୍ଗଶୀର ମାସ ପଣ୍ଡୁ ପୂର୍ଣ୍ଣିମାରେ ମା’ଭଗବତୀଙ୍କ ପୀଠରେ ଆୟୋଜିତ ଭାଗବତ ଗୀତା ଯଜ୍ଞ ମହାସମାରୋହରେ ପାଳିତ ହୋଇଥିବା ବେଳେ ଏଥିରେ ବାଖରପୁର ସମେତ ଚିନାପଡା, ଛତ୍ରମଠ, ତରାପୁର, କୋଷ୍ଠୀମଲ୍ଲିକାପୁର, ମାଲଣ୍ଡ, ବଗାହୁରା, କୁଟିଲୋ,ଶାଳିଜଙ୍ଗ ଆଦି ଆଖପାଖ ଗ୍ରାମର ହଜାର ହଜାର ଆବାଳବୃଦ୍ଧବନିତା ସାମିଲ ହୋଇଥିଲେ।ହୋମଯଜ୍ଞ ସହ ବିଶ୍ୱଶାନ୍ତି ପାଇଁ ଆହୁତି ପ୍ରଦାନ କରାଯାଇଥିଲା ।
ଏହି ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ପ୍ରସାଦ ସେବନ କରିଥିବା ବେଳେ ଆୟୋଜକ ମାନଙ୍କ ତରଫରୁ କର୍ତ୍ତବ୍ୟରତ ସାମ୍ବାଦିକ ଓ ସମାଜସେବୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଯଜ୍ଞାନୁଷ୍ଠାନରେ ମୁଖ୍ୟ ଉଦ୍ୟୋକ୍ତା ଗ୍ରାମବାସୀ ମାନଙ୍କ ମଧ୍ୟରେ କାହ୍ନୁ ଚରଣ ପଣ୍ଡା, ଗୋପୀନାଥ ପ୍ରଧାନ, ବଟକୃଷ୍ଣ ସେନାପତି, ସମୀର ସାସମଲ, ଅଭିରାମ ବାରିକ, ରାକେଶ ଦାସ, ପବିତ୍ର ପ୍ରଧାନ, ଶିବ ଦାସ, ମୁନା ପଣ୍ଡା, ବିଭୁତି ଦାସ, ସୁଧୀର ସାସମଲ, ସତ୍ୟାନନ୍ଦ ସେନାପତି, ରାଜେଶ ଦାସ, ଅନନ୍ତ ଚରଣ ଦାସ, ଧ୍ୟାନ ରଞ୍ଜନ ନନ୍ଦ, ଚନ୍ଦ୍ରକାନ୍ତ ନନ୍ଦ,ବଙ୍କା ନନା, ପ୍ରମୁଖ ସହଯୋଗ କରିଥିବା ବେଳେ, ଚିତ୍ତ ରଞ୍ଜନ ନନ୍ଦ, ନିତ୍ୟାନନ୍ଦ ଦାସ ଅନୁଷ୍ଠାନ ର କର୍ତ୍ତା ହୋଇଥିଲେ.. ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ କୁ ସର୍ବଶ୍ରୀ ନାରାୟଣ ନନ୍ଦ ତତ୍ୱାବଧାନ କରିଥିଲେ.. ସେହିପରି ପଣ୍ଡିତ ଚନ୍ଦ୍ରଶେଖର ରଥ, ନିହାରକାନ୍ତ ପତି, ତାପସ ପଣ୍ଡିତ, ଜ୍ଞାନ ରଞ୍ଜନ ନନ୍ଦ ପ୍ରମୁଖଙ୍କ ପୌରୋହିତ୍ୟରେ ଯଜ୍ଞ କାର୍ଯ୍ୟ ସମ୍ପନ୍ନ ହୋଇଥିଲା।ଏହି ପୀଠଟି ବହୁପୁରାତନ ହୋଇଥିବା ବେଳେ ମା’ଭଗବତୀଙ୍କ ପ୍ରତେକ୍ଷ ମହିମା ରହିଛି ବୋଲି ସ୍ଥାନୀୟ ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ବାଖରପୁର ସମେତ ଆଖପାଖ ଦଶଟି ଗ୍ରାମବାସୀଙ୍କ ଆଧ୍ୟାତ୍ମିକତାର ଆସ୍ଥା ବହନ କରୁଥିବା ମା’ଭଗବତୀଙ୍କ ପୀଠର ଉନ୍ନତି ପାଇଁ ସରକାରଙ୍କ ଦୃଷ୍ଟି ପଡିବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ କରିଥିଲେ !