ରସୁଲପୁରରେ ବିଶ୍ଵଶାନ୍ତି ସମ୍ମିଳନୀ

ରାଜ୍ୟ
Share

ଝଙ୍କଡ  : ପ୍ରାକୃତିକ ବିପର୍ଯୟ ଅଜଣା ରୋଗ, ଓ ଯୁଦ୍ଧ ର ବିଭୀଷିକା ମଧ୍ୟରେ ସମଗ୍ର ବିଶ୍ୱରେ ଏକ ଅଶାନ୍ତ ପରିବେଶ ସୃଷ୍ଟି ହୋଇଥିବା ବେଳେ ଏହାର ନିରାକରଣ ପାଇଁ ପରସ୍ପର ମଧ୍ୟରେ ସ୍ନେହ ପ୍ରେମ ସଂହତି ଓ ମୈତ୍ରୀ ଭାବର ପ୍ରତିଷ୍ଠା କରିବାକୁ ହେବା ବୋଲି ଗତ ମଙ୍ଗଳବାର ରାତ୍ରିରେ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ବିରିତୋଳ ପଞ୍ଚାୟତର ରସୁଲପୁର ସ୍ଥିତ ଜମିୟା ଅଲ ହବିବ ଟ୍ରଷ୍ଟ ତରଫରୁ ଆୟୋଜିତ ମହମ୍ମଦ ଙ୍କ ଜନ୍ମତ୍ସବ ଉପଲକ୍ଷେ ଯୋଗଦେଇ ନିମନ୍ତ୍ରିତ ଅତିଥିମାନେ ମତବ୍ୟକ୍ତ କରିଅଛନ୍ତି | ଏହି ବିଶ୍ଵଶାନ୍ତି ସମ୍ମିଳନୀରେ ଉତ୍ତରପ୍ରଦେଶ ରୁ ଅଲମା ଜିଆ ଉଲ ମୁସ୍ତଫା, ଓଡିଶା ସୁନ୍ନି ମୁଖ୍ୟ ହବିବେ ମିଲତ ହଜରତ ଗୋଲାମ ମହମ୍ମଦ ହବିବ, ଧାମନଗର ରୁ ମୁକ୍ତି ଅବୁୟୀ୍ୟୋ ସୁଫ ଅଯହରୀ, ୟୁପି ର ମୁକ୍ତି ସାହିଦ, ମୁମ୍ବାଇ, ଧାମନଗର ର ମୌଲାନା ହନିଫ ମିଶିବାହି,କୋଲକତାର କାରି ନିଶାର, ଭଦ୍ରକ ର ସମୁ ଉରଲି ଅଖତାର, କେଟ ର ସଦାଜ ଆଲାମ ପ୍ରମୁଖ ଧର୍ମଗୁରୁ ମାନେ ଯୋଗଦେଇ ନିଜନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ | ଏହି ଅବସରରେ ଏଠାରେ ପଢ଼ୁଥୁବା କୃତୀ ଛାତ୍ର ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା “ଅଲ ହବିବ ଏକ୍ସଲେଣ୍ଟ” ଆୱାର୍ଡ ପ୍ରଦାନ କରାଯାଇଥିଲା | ଏହି ସମସ୍ତ କାର୍ଯ୍ୟକ୍ରମ କୁ ଟ୍ରଷ୍ଟ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶେଖ ରିୟାଜତ ହୋସେନ ଅଜହରି ପରିଚାଳନା କରିଥିଲା ବେଳେ, ଶେଖ ତମିଜ ଉଦ୍ଦିନ ଙ୍କ ସମେତ ସମସ୍ତ ଟ୍ରଷ୍ଟି ଶିକ୍ଷକ, ଓ ଛାତ୍ର ମାନେ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା |

Leave a Reply

Your email address will not be published. Required fields are marked *