ତିର୍ତ୍ତୋଲ : ତିର୍ତ୍ତୋଲ ବଜାରରେ ଥିବା ଆନନ୍ଦ ମଣ୍ଡପ ସଭାଗୃହରେ ଜିଲ୍ଲା ଆଞ୍ଚଳିକ ପରିବହନ ପ୍ରାଧିକରଣ ଆନୁକୂଲ୍ୟରେ ସଡ଼କ ସୁରକ୍ଷା ସପ୍ତାହ ଦିବସର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ୱଳନ ସହିତ ଜିଲ୍ଲା ୟୁଥ ରେଡ଼କ୍ରସ ଅଧିକାରୀ ଗୋପାଳ କୁମାର ମିଶ୍ର ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ଏଥିରେ ଜାତୀୟ ସ୍ବେଛାସେବୀ ଅନୁଷ୍ଠାନ ମଦର ଟେରେସା ଫାଉଣ୍ଡେସନର ରାଜ୍ୟ ଅଧ୍ୟକ୍ଷ ଆଡ଼ଭୋକେଟ ଡ଼ଃ ସୁନାକର ବେହେରା ସଭାପତିତ୍ୱ କରି ଉପସ୍ଥିତ ବୁଦ୍ଧିଜୀବୀ ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ,ବିଭିନ୍ନ ଡ୍ରାଇଭର ମହାସଂଘର କର୍ମକର୍ତ୍ତା,ସ୍ବେଛାସେବୀ ସଂଗଠନର କର୍ମକର୍ତ୍ତା ଓ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ | ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଆଞ୍ଚଳିକ ପରିବହନ ଅଧିକାରୀ ନିର୍ମଳ ମହାନ୍ତି,ମୁଖ୍ୟ ବକ୍ତା ତିର୍ତୋଲ କଲେଜ ଅଧ୍ୟକ୍ଷ ପ୍ରଫେସର ସଦାଶିବ ସାହୁ ସଂମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଏମଭିଆଇ ଶର୍ମିଳା ମହାରଣା, ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟ କାନୁନଗୋ, ତିର୍ତ୍ତୋଲ କଲେଜ ପରିଚାଳନା କମିଟି ସଭାପତି ବିମଳ କୁମାର ମହାପାତ୍ର, ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜୀବନ କୁମାର ସାହୁ ତିର୍ତୋଲ ଥାନା ଆରକ୍ଷୀ ଅଧିକାରୀ ଅଭିମନ୍ୟୁ ନାୟକ ଯୋଗଦାନ କରି ସଡ଼କ ସୁରକ୍ଷା ଓ ଜନ ସଚେତନତା ଉପରେ ନିଜନିଜର ବକ୍ତବ୍ୟ ପ୍ରଦାନ କରିଥିଲେ | ସଡ଼କ ଦୃଘଟଣାରେ ଆହତ ବ୍ୟକ୍ତି ମାନଙ୍କୁ ତ୍ୱରିତ ଚିକିତ୍ସା ଦେଇ ହସ୍ପିଟାଲରେ ପହଞ୍ଚାଇବା ନିମନ୍ତେ ଗୂଡ଼ ସମରିଟାନ ଓ ପ୍ରଥମ ରକ୍ଷକ ପ୍ରଶିକ୍ଷଣ ନେଇଥିବା ୪୨ ଜଣ, ଚିତ୍ରାଙ୍କନ ଓ ସ୍ଲୋଗାନ ପ୍ରତିଯୋଗିତାରେ କୃତକାର୍ଯ୍ୟ ୪୩ ଜଣ ବିଦ୍ୟାଳୟ, ମହାବିଦ୍ୟାଳୟ ଛାତ୍ରଛାତ୍ରୀ,ବିଚାରକ ମଣ୍ଡଳୀରୁ ୧୨ ଜଣ,ଜନସାଧାରଣଙ୍କ ମଧ୍ୟରୁ ୧୦ଜଣ ଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସଂମ୍ମାନିତ କରାଯାଇଥିଲା.ଏହି ସଭାରେ ବରିଷ୍ଠ ସାମ୍ବାଦିକ ରମାକାନ୍ତ ରାଉଳ,ଶରତ କୁମାର ଦାଶ,ଆମରଜ୍ୟୋତି ସାହୁ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା | ସର୍ବଶ୍ରୀ ସହକାରୀ ମୋଟର ଜାନ ନିରୀକ୍ଷଳ ଶ୍ରୀମତୀ ରଞ୍ଜିତା ମଲ୍ଲିକ,ଟ୍ରାଫିକ ଅଧିକାରୀ ପ୍ରଶାନ୍ତ କୁମାର ମହାପାତ୍ର,ଜୁନିଅର ରେଡ଼କ୍ରସ ଅଧିକର ତ୍ରିଲୋଚନ ସାହୁ,ବରିଷ୍ଠ ବୁଦ୍ଧିଜୀବୀ ଅକ୍ଷୟ କୁମାର ସାହୁ ପ୍ରମୁଖ ଯୋଗଦାନ କରିଥିଲେ ସର୍ବଶେଷରେ ଶ୍ରୀ ପ୍ରତାପ କୁମାର ବେହେରା ଏଆରଟିଓ ଧନ୍ୟବାଦ ଅର୍ପଣ କରିଥିଲେ |