ଗୋପାଳ ସମାଜର ପୁରୁଖା ଜାଡୁଆ ଜୟରାମ ଦାସଙ୍କ ବିୟୋଗରେ ଶୋକ

ରାଜ୍ୟ
Share

ଝଙ୍କଡ : ପ୍ରସିଦ୍ଧ ଝଙ୍କଡ଼ ସାରଳାପୀଠ ନିକଟସ୍ଥ ମୁଳିସିଂହ ପଞ୍ଚାୟତ ଅଧୀନ କାବଲପୁର, ବାଘୁଆବାରି ଗ୍ରାମର ଗୋପାଳ ସମାଜର ମୁରବି ତଥା ପୁରୁଖା ଜାଡୁଆ ଜୟରାମ ଦାସ (୭୦)ଙ୍କର ଗତ ଶନିବାର ସନ୍ଧ୍ୟାରେ, କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ବେଳେ ପରଲୋକ ହୋଇଯାଇଛି । ତାଙ୍କର ଶବ ନିଜର ଜନ୍ମସ୍ଥାନରେ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ମଧ୍ୟରେ ଆଖ ପାଖ ଅଞ୍ଚଳର ଅଧିବାସୀ ମାନେ ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସ୍ଥାନୀୟ ସରପଞ୍ଚ ସଫି ଆଜାମ, ଗୋପାଳ ସମାଜର ସଭାପତି ଅନିଲ କୁମାର ଦାସ , ସାରଦା ପ୍ରସାଦ ଦାସ , ଦିଲ୍ଲୀପ ଦାସ , ଦୀପକ ଦାସ ଓ ନିମାଇଁ ଚରଣ ଦାସ ପ୍ରମୁଖ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଶେଷ ଦର୍ଶନ କରିବା ସହିତ ସେମାନଙ୍କର ପରିବାରବର୍ଗ ଙ୍କୁ ଶାନ୍ତ୍ବନା ଦେଇଥିଲେ। ଗ୍ରାମ୍ୟ ଶ୍ମଶାନରେ ସତ୍କାର ସମୟରେ ବଡ଼ପୁଅ ବରଦା ପ୍ରସାଦ ଦାସ ମୁଖାଗ୍ନି ଦେଇଥିଲା ବେଳେ ଚିତ୍ତରଞ୍ଜନ ,ମନୋରଞ୍ଜନ , ଜିତେସ ଓ ଲିଲାମ୍ୱରି ପ୍ରମୁଖ ସେଠାରେ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା। ତେବେ ସ୍ୱର୍ଗତ ଜୟରାମ ମା ସାରଳାଙ୍କର କୃପା ଲାଭ କରି , ଜାଡୁଆ ଭାବରେ ବହୁ ଅଲୌକିକ ଶକ୍ତି ପ୍ରଦର୍ଶନ କରି ସ୍ଥାନୀୟ ଅଞ୍ଚଳରେ ଜନାଦୃତ ହୋଇଥିଲେ।

Leave a Reply

Your email address will not be published. Required fields are marked *