ଝଙ୍କଡ଼ : ରାଜ୍ୟର ବିଭିନ୍ନ ସ୍ଥାନରେ ଜଗନ୍ନାଥଙ୍କ ଅର୍ପଣରଥ ପରିକ୍ରମା କରୁଥିବା ବେଳେ ଗତ ବୁଧବାର ଦିନ, ତିର୍ତ୍ତୋଲ ବ୍ଲକ ଅଧିନ କୋଷ୍ଟୀମଲ୍ଲିକାପୁର ପଞ୍ଚାୟତର ଏହି ଅର୍ପଣରଥ ସରପଞ୍ଚ ବିଭୁ ପ୍ରସାଦ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ପଞ୍ଚାୟତର ସମସ୍ତ ଜନବସତି ଓ ବିଶେଷ କରି ଦେବଦେବୀ ପୀଠ ସ୍ଥାନ ମାନଙ୍କରେ ପରିକ୍ରମା କରିବା ସମୟରେ ଶହ ଶହ ନରନାରୀ ଓ ଶ୍ରଦ୍ଧାଳୁ ଭକ୍ତମାନେ, ଅକ୍ଷତ, ଗୁଆ, ନଡ଼ିଆ ଓ ଫୁଲମାଳ ଦେଇ ରଥକୁ ସ୍ୱାଗତ କରିବା ସହିତ, ଘଣ୍ଟଘଣ୍ଟା କାହାଳୀ, ଖୋଳ ଝାନଜ ବାଦ୍ୟ ସାଙ୍ଗକୁ ହରିବୋଲ ହୁଳହୁଳି ଧ୍ୱନୀରେ ଗାଁଆ ଦାଣ୍ଡ ପ୍ରକମ୍ପିତ ହୋଇ ଉଠିଥିଲା ।
ଅନ୍ୟମାନଙ୍କ ମଧ୍ୟରେ ସମିତିସଭ୍ୟା ରାଜଲକ୍ଷ୍ମୀ ମଲ୍ଲିକ, ପିଓ ତୋଫାନ ଦାସ , ଏମବିକେ , ଜୟନ୍ତୀ ମହାନ୍ତି ଙ୍କ ସମେତ ସମସ୍ତ ସିଆପିସି, ଜିଆର୍ଏସ୍ ଅରବିନ୍ଦ ସ୍ୱାଇଁ , ସୁଶାନ୍ତ କୁମାର ରାଉତରାୟ, ବିଜୟ ସ୍ୱାଇଁ , ଦେବାଶିଷ ମହାନ୍ତି, ଦୀପକ ନନ୍ଦ , ଜିତେସ ଛାଟୋଇ ଓ ସୀତାନସୁ ବାରିକ ଙ୍କ ସମେତ ସମସ୍ତ ୱାଡ ସଭ୍ୟ, ଏସଏସଜି ଗ୍ରୁପ ଓ ବହୁ ସଂଖ୍ୟକ ଗୃହିଣୀମହିଳା ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା |