ଗରାମ ପଞ୍ଚାୟତ ରେ ଜଗନ୍ନାଥଙ୍କ ଅର୍ପଣ ରଥକୁ ସ୍ୱାଗତ

ରାଜ୍ୟ
Share

ଝଙ୍କଡ଼ :  ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ର ଉଦଘାଟନ ପରିପ୍ରେକ୍ଷୀରେ, ଯେଉଁ ଅର୍ପଣରଥ ପରିକ୍ରମା ଚାଲିଛି, ସେଥିରେ ସାମିଲ ହୋଇଛନ୍ତି , ତିର୍ତ୍ତୋଲ ବ୍ଲକ ଅଧିନ ଗରାମ ପଞ୍ଚାୟତର ସମସ୍ତ ଅଧିବାସୀ ।

ଗତ ବୁଧବାର ଦିନ ଏହି ପଞ୍ଚାୟତର ସରପଞ୍ଚ ପ୍ରଦ୍ଵିମ୍ନ କିଶୋର ଚଇନିଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନାୟବ ସରପଞ୍ଚ ଲିଲିସ୍ମିତା ମହାନ୍ତି , ପିଓ , ଫକୀର ମୋହନ ସାହୁ , ଜି ଆର୍ ଏସ୍ ବିଶ୍ଵନାଥ ବିଶ୍ୱାଳ , ଏମ ବି କେ  ସଂଜୁବାଲା ପଣ୍ଡା , ୱାଡ଼ସଭ୍ୟ ସ୍ମୃତିରଞ୍ଜନ ସାହୁ ଓ ବିକ୍ରମ ନାୟକ , ସମାଜ ସେବୀ ନିହାର ରଞ୍ଜନ ନାୟକ , ଦେବେନ୍ଦ୍ର ନାୟକ ଙ୍କ ସମେତ ମା ଭଗବତୀ ସଂକୀର୍ତ୍ତନ ମଣ୍ଡଳୀ , ସ୍ବେଚ୍ଛାସେବୀ ଅନୁଷ୍ଠାନ ଭାଗ୍ୟବତୀ ସେବା ପରିଷଦ , ସମସ୍ତ ଏସ ଏସ ଜି ମହିଳା , ଆଶାକର୍ମୀ ଓ ସମଗ୍ର ପଞ୍ଚାୟତର ଅଧିବାସୀ ମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ତେବେ ଏହି ଅର୍ପଣ ରଥ ଗ୍ରାମ୍ୟ ପରିକ୍ରମା କରୁଥିବା ସମୟରେ ଏକ ଆଧ୍ୟାତ୍ମିକ ଭକ୍ତି ଭାବମୟ ବାତାବରଣ ସୃଷ୍ଟି ହୋଇଥିବାର ଦେଖିବାକୁ ମିଳିଥିଲା

Leave a Reply

Your email address will not be published. Required fields are marked *