ଗୋପାଳ ପୁର ପଞ୍ଚାୟତରେ ଅର୍ପଣରଥକୁ ବିପୁଳ ସ୍ବାଗତ

ରାଜ୍ୟ
Share

ଝଙ୍କଡ଼  :  ଶ୍ରୀ ଜଗନ୍ନାଥଙ୍କ ପୀଠ ପରିକ୍ରମା ଉଦ୍ ଘାଟନ ଉତ୍ସବ ଉପଲକ୍ଷେ ବାଣୀ କ୍ଷେତ୍ର ଜଗତସିଂହପୁର ଜିଲ୍ଲାରେ ଅର୍ପଣରଥକୁ ସମସ୍ତ ପଞ୍ଚାୟତ ରେ ସ୍ବାଗତ କରାଯାଉଥିବା ବେଳେ ତିର୍ତ୍ତୋଲ ବ୍ଲକ ଗୋପାଳ ପୁର ପଞ୍ଚାୟତରେ ଏଥି ନିମନ୍ତେ ବହୁ ନିଆରା ଢଙ୍ଗରେ ପାଳନ କରାଯାଇଥିବାର ଦେଖିବାକୁ ମିଳିଥିଲା ।

ସରପଞ୍ଚ ପ୍ରକାଶ ଚନ୍ଦ୍ର ସ୍ୱାଇଁ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ, ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ଭାବରେ ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା , ଜିଲ୍ଲାପରିଷଦ ସୁନୀଲ କୁମାର ବେହେରା , ବିଡ଼ିଓ ତପନ କୁମାର ସେନାପତି ଙ୍କ ସମେତ ସମିତି ସଭ୍ୟା ବିଷ୍ଣୁପ୍ରିୟା ପ୍ରଧାନ , ନାୟବ ସରପଞ୍ଚ ସସ୍ମିତା ସ୍ୱାଇଁ , ପି ଓ ଭୀମସେନ ମୁର୍ମୁ , ଜି ଆର୍ ଏସ୍ ଈଶ୍ୱର ସାହୁ , ରାଜକିଶୋର ବଳ, ବିଜୟ କୁମାର ମହାନ୍ତି , ମମତା ଦାଶ , ମୃଣ୍ମୟ ସାହୁ , ମହେନ୍ଦ୍ର ପ୍ରଧାନ , ପ୍ରଳୟ ରାଉତ , ସୋମନାଥ ସ୍ୱାଇଁ , ରମେଶ ଚନ୍ଦ୍ର ବାରିକ , ଲକ୍ଷ୍ମୀଧର ରାଉତ , ପ୍ରିତିରଞ୍ଜନ ବିଶ୍ୱାଳ , ପ୍ରଶାନ୍ତ କୁମାର ସ୍ୱାଇଁ , ଅଜିତ ଦାସ , ରବୀନ୍ଦ୍ର ସେଠୀ , ମାଗୁଣି ଚରଣ ରାଉତ , ବିଚିତ୍ର ବଳ , ପରମାନନ୍ଦ ପରିଡ଼ା ଓ ବାଦଲ ସ୍ବାଇଁ ପ୍ରମୁଖ ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

ତେବେ ଅର୍ପଣରଥ ରେ ବିରାଜମାନ ଶ୍ରୀ ଜଗନ୍ନାଥଙ୍କ ଦିବ୍ୟ ଦର୍ଶନ ସହିତ ସମସ୍ତ ଜନବସତି ରେ ଶ୍ରଦ୍ଧାଳୁ ଭକ୍ତ ମାନେ ଅକ୍ଷତ ଗୁଆ ନଡ଼ିଆ ଫୁଲମାଳ ଦେଇ, ଧୂପ ଦୀପ ଜଳାଇ ବନ୍ଦାପନା କରିଥିଲେ । ଘଣ୍ଟ ଘଣ୍ଟା କାହାଳୀ ଶଙ୍ଖ ଓ ହରିବୋଲ ହୁଳହୁଳି ଧ୍ୱନୀରେ ଗାଁଆ ଦାଣ୍ଡ ପ୍ରକମ୍ପିତ ହୋଇ ଉଠିଥିଲା ବେଳେ ସମସ୍ତ ଏମ ବି କେ , ଏସ ଏସ ଜି , ଓ ଆଶାକର୍ମୀ ମାନେ ମଧ୍ୟ ଏସବୁ ର ପରିଚାଳନା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା |

Leave a Reply

Your email address will not be published. Required fields are marked *