କନକପୁର ପଞ୍ଚାୟତରେ ଅର୍ପଣରଥର ଉଦ୍‌ଯାପନ ଉତ୍ସବ

ରାଜ୍ୟ
Share

ଝଙ୍କଡ : ପ୍ରସିଦ୍ଧ ଝଙ୍କଡ଼ ସାରଳାପୀଠ, କନକ ପୁର ଗ୍ରାମ ପଞ୍ଚାୟତର ବସନ୍ତବଗିଚା ଠାରେ ଅର୍ପଣ ରଥ ପରିକ୍ରମା ର ଉଦ୍ ଯାପନୀ ଉତ୍ସବ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ରେବତୀ ମହାନ୍ତି ଙ୍କ ନେତୃତ୍ୱରେ ଓ ସମାଜସେବୀ ଅଶୋକ କୁମାର ମହାନ୍ତି ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଭଜନ ସମାରୋହ, ନୃତ୍ତ୍ୟସଙ୍ଗୀତ ଆଦି ପରିବେଷଣ କରା ଯାଇଥିଲା। ଏଥିରେ ପି ଓ ଗୌତମ ପରିଜା , ଜି ଆର୍ ଏସ୍ ଶୁଭେନ୍ଦୁ ମୁଦୁଲି , ସି ଆର୍ ପି ଅପରାଜିତା ଦାସ, ଜ୍ୟୋତ୍ସ୍ନାରାଣୀ ଦାଶ , ପ୍ରମିଲା ରାଉତ ଙ୍କ ସମେତ ରଜନୀକାନ୍ତ ରାଉଳ, ନିର୍ମଳା ନାୟକ, ପ୍ରକାଶ ଚନ୍ଦ୍ର ସିଂହ , ଲଳିତ ମହାନ୍ତି , ଲକ୍ଷ୍ମୀଧର ଦାସ , ବିଜୟ ହାତୀ, ପଦନ ସେଠୀ, ସସ୍ମିତା ଦାସ , ସୁମିତ୍ରା ମହାନ୍ତି , ରେଣୁକା ନାୟକ , ସର୍ବେଶ୍ଵର ମଲ୍ଲିକ ଓ ଯୁବନେତା ଅରୁଣ କୁମାର ମହାପାତ୍ର ପ୍ରମୁଖ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା । ପଞ୍ଚାୟତର ଅଧିବାସୀ ମାନଙ୍କ ସମେତ ସମସ୍ତ ସ୍ଵଂୟସହାୟିକା ଗୋଷ୍ଠୀ ଆଶାକର୍ମୀ ମାନେ ମଧ୍ୟ ଏସବୁ କାର୍ଯ୍ୟକ୍ରମ ରେ ଉପସ୍ଥିତି ଥିଲେ

8b2a817c-400d-455d-9467-1692eb002178

Leave a Reply

Your email address will not be published. Required fields are marked *