ବାପାଙ୍କୁ ମୁଖାଗ୍ନି ଦେଇଥିବା ଝିଅଙ୍କ ପ୍ରତିକ୍ରିୟା

ରାଜ୍ୟ
Share

wer

ନୂଆଦିଲ୍ଲୀ: ରାଜସ୍ଥାନର କୋଟାର ଇଟାୱାରେ ବାପାଙ୍କ ମୃତ୍ୟୁ ପରେ ଝିଅ ମୁଖାଗ୍ନି ଦେଇ ଅନ୍ତିମ ସଂସ୍କାରର ସମସ୍ତ ପ୍ରକ୍ରିୟା ଶେଷ କରିଛନ୍ତି।

ସୂଚନାଯୋଗ୍ୟ, ଇଟାୱାରେ ବସବାସ କରୁଥିବା ପତରାମ ଦାସଙ୍କ ମୃତ୍ୟୁ ଜାନୁଆରି ୧୭ ତାରିଖରେ ହୋଇଥିଲା। ପତରାମ ଦାସଙ୍କ ପୁଅ ନାହାନ୍ତି ସେ ଦୁଇ କନ୍ୟା ସନ୍ତାନଙ୍କ ବାପା। ତେବେ ମୃତ୍ୟୁ ପରେ ପତରାମଙ୍କ ଦୁଇଝିଅ ପ୍ରମିଳା ଓ ରୀନା ବାପାଙ୍କୁ କାନ୍ଧରେ ନେଇ ମୁଖାଗ୍ନି ଦେଇଥିଲେ।

ଏହାପରେ ଅନ୍ତିମ ସଂସ୍କାରର ସମସ୍ତ କ୍ରିୟା ପୁରା କରିଥିଲେ। ଇଟାୱାରେ ଥିବା ପରମ୍ପରା ଅନୁଯାୟୀ ବାପାଙ୍କ ମୃତ୍ୟୁ ପରେ ପୁଅ ମୁଣ୍ଡରେ ପଗଡ଼ି ବନ୍ଧାଯାଏ। ଏହି କ୍ରମ‌ରେ ପତରାମ ଦାସଙ୍କ କୌଣସି ପୁଅ ନଥିଲେ। ସେ ମୃତ୍ୟୁ ପୂର୍ବରୁ ଗ୍ରାମବାସୀଙ୍କୁ କହିଥିଲେ, ‘ଯଦି ମୋର ଆଗକୁ କିଛି ହୋଇଯାଏ ମୁଁ ମୋର ଦୁଇଝିଅଙ୍କୁ ପୁଅ ମାନିଛି। ତେଣୁ ସେମାନେ ମୋର ସମସ୍ତ ଅନ୍ତିମ କ୍ରିୟା କରିବେ।’ ପତରାମଙ୍କ ଏହି ଇଚ୍ଛା ଅନୁଯାୟୀ ତାଙ୍କ ମୃତ୍ୟୁ ପରେ ଝିଅଙ୍କ ମୁଣ୍ଡରେ ପଗଡ଼ି ବନ୍ଧାଗଲା।

ପତରାମ ଦାସଙ୍କ ଝିଅ ପ୍ରମିଳା କହିଛନ୍ତି, ‘ପୂର୍ବରୁ ଯେଉଁ ବାପା ଓ ମା’ଙ୍କ ପୁଅ ନଥାଏ ସେମାନଙ୍କୁ ସମାଜ ତାଚ୍ଛଲ୍ୟ କରିଥାଏ କି ମଲା ବେଳକୁ ମୁଖାଗ୍ନି  କିଏ ଦେବ? ଏନେଇ ପୁଅ ନଥିବା ବାପା ଓ ମା’ଙ୍କୁ ଅନେକ କଷ୍ଟ ସହିବାକୁ ପଡ଼ିଥାଏ। କିନ୍ତୁ ଏବେ ସମାଜ ବଦଳିଛି ଲୋକଙ୍କ ଚିନ୍ତାଧାରା ବଦଳିଛି। ପୁଅ ଓ ଝିଅଙ୍କୁ ସମାଜରେ ସମାନ ଭାବେ ଦେଖା ଯାଉଛି। ତେଣୁ ବାପାଙ୍କ ମୃତ୍ୟୁ ପରେ ତାଙ୍କୁ ମୁଖାଗ୍ନି ଦେଇ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନାଚ କରୁଛି।’

Leave a Reply

Your email address will not be published. Required fields are marked *