ସାରଦା ଏକାଡେମୀ ର ବାର୍ଷିକ କ୍ରୀଡା ଉତ୍ସବ

ରାଜ୍ୟ
Share

ଝଙ୍କଡ଼ : ବାଣୀ କ୍ଷେତ୍ର ଝଙ୍କଡ଼ ସାରଳାପୀଠ କନକ ପୁର ସ୍ଥିତ ସାରଦା ଏକାଡେମୀ ର ବାର୍ଷିକ କ୍ରୀଡା ଉତ୍ସବ ଗତ ଗୁରୁବାର ଦିନ, ବସନ୍ତବଗିଚା ଖେଳପଡିଆ ରେ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ମା ସାରଳା ଙ୍କ ମନ୍ଦିରରୁ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା ରେ ଜ୍ୟୋତି ନିଆଯାଇ ସ୍ଥାପନ କରାଯିବା ପରେ, କନକ ପୁର ପଞ୍ଚାୟତ ର ସରପଞ୍ଚ ରେବତୀ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଏହି କାର୍ଯ୍ୟକ୍ରମକୁ ଉଦ୍ ଘାଟନ କରିଥିଲେ।

ଏଥିରେ ସମ୍ମାନୀତ ଅତିଥି ଭାବେ ଶିକ୍ଷାକମିଟି ସଭାପତି ଗୋଲକ ମହାରଣା ଙ୍କ ସମେତ ଏକାଡେମୀ ର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସରୋଜ କୁମାର ମହାନ୍ତି ଙ୍କ ସହିତ ଅପର୍ଣ୍ଣା ପଣ୍ଡା , ଇତିପ୍ରଭା ମହାନ୍ତି , ଅନିନ୍ଦିତା ମିଶ୍ର , ଦୀପକ କୁମାର ସ୍ୱାଇଁ , ମାନସ କୁମାର ପୃଷ୍ଟି , ସ୍ୱାଗତିକା ମହାନ୍ତି, ପ୍ରଜ୍ଞା ପରମିତା ସ୍ୱାଇଁ, ବାଗ୍ମୀତା ତ୍ରିପାଠୀ , ଯଜ୍ଞଦତ୍ତ ରଥ , ଲିପିଶ୍ରୀ ସାହୁ , ବିମଳ ପ୍ରସାଦ ପାଣିଗ୍ରାହୀ , ଜ୍ଞାନରଞ୍ଜନ ଲେଙ୍କା , ସସ୍ମିତା କୁମାରୀ ମଲ୍ଲିକ , ଚପଳା ସେନାପତି , ଅନୁସୁୟା ବଳ , ସ୍ୱର୍ଣ୍ଣଲତା ସାମଲ , ରବୀନ୍ଦ୍ର ନାଥ ଲେଙ୍କା , ଶର୍ମିଷ୍ଠା ପରିଜା ଓ ବିଭୁଧେନ୍ଦୁ ନନ୍ଦ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମୀ ମାନେ ଯୋଗଡେଇ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା ତେବେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନେ ଏହି କ୍ରୀଡା ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିବା ବେଳେ କ୍ରୀଡା ଶିକ୍ଷକ ଅନୁଜ ସ୍ବପ୍ନଜିତ୍ ନାୟକ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ

Leave a Reply

Your email address will not be published. Required fields are marked *