ହଜିଲା ମୋବାଇଲ ଫେରିପାଇଲେ ମହିଳା

ରାଜ୍ୟ
Share

ଝଙ୍କଡ  :  ଆଜିକାଲି ଯେକୌଣସି ମୂଲ୍ୟବାନ ଜିନିସ ହଜିଗଲେ ହରେଇଥିବା ବ୍ୟକ୍ତିକୁ ତାହାକୁ ଫେରିପାଇବା ସମ୍ଭବ ହୋଇନଥାଏ | ଘଟଣାରୁ ଜଣାଯାଇଛି କୁଜଙ୍ଗ ଭୁତମୁଣ୍ଡେଇ ବିଶ୍ଵାଳୀ ଗ୍ରାମର ସରସ୍ବତୀ ଦାସ ନାମକ ଜଣେ ମହିଳା ଇବ୍ରିସିଂ ସ୍ଥିତ ମା’ ଉତ୍ତରେଶ୍ବରୀ ଙ୍କ ଦର୍ଶନ ଓ ପୂଜା ପାଇଁ ଆସିଥିବା ଅବସରରେ ତାଙ୍କର ଏକ ମୋବାଇଲ ଫୋନ କୁ ହରାଇ ବସିଥିଲେ | ଏହି ସମୟରେ ସେଠାରେ ଉପସ୍ଥିତ ଥିବା ସ୍ବେଛାସେବୀ ଅନୁଷ୍ଠାନ ବ୍ୟାସ ଫାଉଣ୍ଡେସନର ସଂଗଠନ ସମ୍ପାଦକ ଶ୍ରୀ ଯଶୋବନ୍ତ ରାଉତ ଏହି ମୋବାଇଲ ଫୋନ ଟି ପାଇଲା ପରେ ତାଙ୍କ ନିଜ ଫୋନରୁ ସରସ୍ବତୀ ଦାସଙ୍କୁ ଫୋନ କରି ଜଣାଇଥିଲେ | ସେତେବେଳକୁ ମୋବାଇଲ ଟି ହରାଇ ନିରାଶ ମନରେ ସରସ୍ବତୀ ତାଙ୍କ ଘରେ ବସିରହିଥିଲେ | ଯଶୋବନ୍ତ ଙ୍କ ଜନ୍ମସ୍ଥାନ ନିକଟସ୍ଥ ଶାରଳା ପୀଠରେ ପହଂଚିବା ପରେ ଏହି ଫୋନ ଟି ତାଙ୍କୁ ହସ୍ତାନ୍ତର କରାଯାଇଥିଲା | ଏଥିପାଇଁ ସେ ଆନନ୍ଦରେ ଗଦଗଦ ହୋଇ ଯଶୋବନ୍ତଙ୍କୁ ଭୁୟସୀ ପ୍ରଶଂସା କରିବା ସହିତ ତାଙ୍କୁ ଆନ୍ତରିକ କୃତଜ୍ଞନ୍ତା ଜଣାଇଛନ୍ତି | ଏପରି ମହନୀୟତା କାର୍ଯ୍ୟ ପାଇଁ ବିଭିନ୍ନ ମହଲରୁ
ପ୍ରଶଂସାର ସୁଅ ଛୁଟୁଛି  |

Leave a Reply

Your email address will not be published. Required fields are marked *