ଜଗତସିଂହପୁର/ଝଙ୍କଡ଼ : ଭାଗ୍ୟ କାହାକୁ କେତେବେଳେ କେଉଁ ପରିସ୍ଥିତିରେ ପକାଇ, ସର୍ବହରା କରିଦିଏ, ତାହା କିଏ ବା କହିବ ? ଏମିତି ଏକ ଅଭାବନୀୟ ଅନ୍ଧକାର ମୟ, ସମ୍ବେଦନଶିଳ, ଦୁଃଖଦ ଘଟଣା ଘଟିଛି, ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସଅଁରା ପଞ୍ଚାୟତ ର ସଂକେତପାଟଣା ଗ୍ରାମରେ। ଖବର ଅନୁଯାଇ, ଏହି ଗାଆଁର ମାତ୍ର ୧୨ ବର୍ଷର ଶିଶୁ ଅଂଶୁମାନ ମହାନ୍ତିର ଜନ୍ମଦାତ୍ରୀ ମା ନଳିନୀ ମହାନ୍ତି ଆଜକୁ ୭ ବର୍ଷ ତଳେ ଏ ଦୁନିଆଁ ଛାଡ଼ି ଚାଲି ଯାଇଥିଲେ। ବାପା ସୁଧୀର ମହାନ୍ତି (୪୬) ଗତ ମଙ୍ଗଳବାର ଦିନ ଅପରାହ୍ନରେ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ଆଶୁଚିକିତ୍ସା ପାଇଁ,ଜଗତସିଂହପୁର ସଦର ମେଡ଼ିକାଲ କୁ ନିଆଯାଇଥିଲା । ମାତ୍ର ସେଠାରେ ତାଙ୍କର ପରଲୋକ ହୋଇଯାଇଥିଲା।
ମୃତ ସୁଧୀର ମହାନ୍ତି ଙ୍କ ବାପା ବ୍ରେନ୍ ଷ୍ଟ୍ରୋକ ରେ ଆକ୍ରାନ୍ତ ହୋଇ, ବର୍ଷ ବର୍ଷ ଧରି ଶଯ୍ୟାଶାୟୀ ହୋଇ ପଡ଼ିରହିଥିଲା ବେଳେ, ସୁଧୀର ମୂଲ ମଜୁରୀ ଲାଗି ନିଜର ଏକମାତ୍ର ପୁଅ ଅଂଶୁମାନ କୁ ସାଆଁପୁର ସ୍ଥିତ ଉତ୍କଳମଣି ଶିଶୁ ଶିକ୍ଷା ମନ୍ଦିରରେ ୭ ମ ଶ୍ରେଣୀରେ ପାଠ ପଢ଼ାଉଥିଲେ। ବାପା ଙ୍କ ଚିକିତ୍ସା ଓ ପୁଅର ପାଠ ପଢା ଖର୍ଚ୍ଚଭାର ଚିନ୍ତାରେ ରକ୍ତଚାପ ହେବାରୁ, ତଳେ ପଡିଯିବାରୁ, ଗୁରୁତ୍ତର ଆହତ ହେବାରୁ, ସୁଧୀର ଙ୍କ ବିୟୋଗ ହେଲା। ଭଙ୍ଗା ଦଦରା ଘରେ ଜୀବନ ଅତିବାହିତ କରୁଥିବାରୁ , ତାଙ୍କ ନାମରେ, ସରକାରୀ ଆବାସ ଯୋଜନା ରେ ଏକ ବାସଗୃହ ନିମନ୍ତେ ତିର୍ତ୍ତୋଲ ବ୍ଲକ ରେ ରହିଅଛି।
ତେବେ ବାପା ମାଆଙ୍କୁ ହରାଇ ଅନାଥ ଓ ବେସାହାରା ହୋଇଥିବା ଅଂଶୁମାନ କୁ ଏହି ସରକାରୀ ଯୋଜନାରେ ବାସଗୃହ ଟିଏ ଯୋଗାଇ ଦେବା ସହିତ, ତାର ଭବିଷ୍ୟତ କୁ ଗଢି ତୋଳିବା ପାଇଁ, କୌଣସି ବଦାନ୍ୟମାନ ବ୍ୟକ୍ତିବିଶେଷ ବା ସ୍ବେଚ୍ଛାସେବୀ ଅନୁଷ୍ଠାନ ସହାୟତା କରିବାକୁ, ସ୍ଥାନୀୟ ଅଞ୍ଚଳର ଜଣାଶୁଣା ଯୁବ ସମାଜସେବୀ ନିହାର କୁମାର ମହାନ୍ତି ଙ୍କ ସମେତ ନିରଞ୍ଜନ ସାହୁ , ବାସୁଦେବ ମହାନ୍ତି , ଦେବାଶିଷ ରଥ ଓ ବାପି ସାହୁ ଙ୍କ ସହିତ ସମସ୍ତ ଗ୍ରାମବାସୀ ମାନେ ନିବେଦନ କରିଅଛନ୍ତି। ଦେଖିବାକୁ ବାକିରହିଲା, ଅବୋଧ ବାଳକ ଅଂଶୁମାନ କୁ କେବେ ମିଳୁଛି ସରକାରୀ ବା ବେସରକାରୀ ସାହାଯ୍ୟ ସହଯୋଗ ଓ ସହାୟତା ?
