ଜଗତସିଂହପୁର/ଝଙ୍କଡ଼ : ତିର୍ତ୍ତୋଲ ଅଞ୍ଚଳର ଖ୍ୟାତନାମା, ଜଣାଶୁଣା ତଥା ବହୁଜନପ୍ରିୟ ସମାଜସେବୀ ସ୍ୱର୍ଗତ କେଶବାନନ୍ଦ ମହାପାତ୍ର ଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳୀ ସଭା ତାଙ୍କର ଜନ୍ମସ୍ଥାନ ହଂସୁରା ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କ୍ଷୀରୋଦ ଚନ୍ଦ୍ର ଦାସ ସଭାପତିତ୍ବ କରିଥିଲାବେଳେ ସମ୍ମାନିତ ଅତିଥି ଭାବେ ହଁସୁରା ଦିବ୍ୟଜୀବନ ସଂଘର ସମ୍ପାଦକ ସନ୍ଥ ଅଭୟାନନ୍ଦ ସରସ୍ଵତୀ, ପ୍ରାକ୍ତନ ଅଧ୍ୟକ୍ଷ ଜୟକୃଷ୍ଣ ମହାନ୍ତି, ଶରତ ଚନ୍ଦ୍ର ମହାନ୍ତି , ମାଧବାନନ୍ଦ ମହାପାତ୍ର, ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର, ଅଜୟ କୁମାର ମହାନ୍ତି , ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା, ଉପାଧ୍ୟକ୍ଷା ସନ୍ଧ୍ୟାରାଣୀ ମହାନ୍ତି , ବିଡ଼ିଓ ଗିରିଜା ଶଙ୍କର ମଲ୍ଲିକ, ଅତିରିକ୍ତ ବିଡିଓ ସତ୍ୟଜିତ ସ୍ୱାଇଁ , ପୁର୍ବତନ ବିଡ଼ିଓ ଅଟଳ ବିହାରି ସ୍ୱାଇଁ, ସାମନ୍ତରାପୁର ସରପଞ୍ଚ ସୂର୍ଯ୍ୟ ନାରାୟଣ ବେହେରା, ମମତାମୟୀ ମହାନ୍ତି, କାଦମ୍ବିନୀ ମହାପାତ୍ର ଙ୍କ ସମେତ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି, ଜନପ୍ରତିନିଧି, ପ୍ରସାଶନିକ ଅଧିକାରୀ ଓ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ, ସ୍ବର୍ଗତ ମହାପାତ୍ର ଙ୍କ ରାଜସ୍ବ ନିରୀକ୍ଷକ ଭାବେ ଚାକିରୀ ଜୀବନ ଓ ସ୍ଵେଚ୍ଛାକୃତ ଅବସର ପରେ ସାମାଜିକ ଜୀବନଦର୍ଶନ ଉପରେ ଆଲୋଚନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ତାଙ୍କର ବଡପୁଅ ବିଶ୍ୱଜିତ ମହାପାତ୍ର ଓ ଜଗନ୍ନାଥ ମହାପତ୍ର ପରିଚାଳନା କରିଥଲେ। ତେବେ ସଭାପୁର୍ବରୁ ଦିଙ୍ଗ ଗତ ଆତ୍ମାର ସଦଗତି କାମନା କରି ୨ ମିନିଟ ନିରବପ୍ରାର୍ଥନା କରାଯିବା ପରେ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ଗୀତାପାଠ କରିଥିବାର ଜଣାଯାଇଛି।