୩୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ, ରଙ୍ଗେହାତ ଧରାପଡ଼ି‌ଗଲେ ସହକାରୀ ଯନ୍ତ୍ରୀ ଓ ଦଲାଲ ଗିରଫ

ରାଜ୍ୟ
Spread the love

ଚଣ୍ଡିଖୋଲ: ଜଣେ ଠିକାଦାରଙ୍କ ଠାରୁ ୩୫ ହଜାର ଟଙ୍କାର ଲାଞ୍ଚ ଅର୍ଥ ଗ୍ରହଣ କରିଥିବା ବେଳେ ଭିଜିଲାନ୍ସ ହାତରେ ରଙ୍ଗେହାତ ଧରାପଡ଼ିଛନ୍ତି ବଡ଼ଚଣା ବ୍ଲକ କାର୍ଯ୍ୟାଳୟର ସହକାରୀ ଯନ୍ତ୍ରୀ ବନ୍ଦିତା ଦାସ ଓ ଦଲାଲ ଶ୍ୟାମ ସୁନ୍ଦର ସେଠୀ ।
ଆଜି (ସୋମବାର) ସନ୍ଧ୍ୟା ସମୟରେ ସହାୟକ ଯନ୍ତ୍ରୀ ଅନ୍ୟ ଏକ ଠିକାଦାରଙ୍କ ଠାରୁ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାଆନ୍ସ ଡ଼ିଏସପିଙ୍କ ନେତୃତ୍ୱରେ ସେଠାରେ ସାଧା ପୋଷାକରେ ଥିବା ଏକ ୮ ଜଣିଆ ଟିମ ତାଙ୍କୁ ଧରିଥିଲେ ।
ସୂଚନା ମୁତାବକ, ବଡ଼ଚଣା ବ୍ଲକ ତଥା ଶାଳପଡ଼ା ପଞ୍ଚାୟତ ଅନ୍ତର୍ଗତ ଏଣ୍ଡରପଦା ଗ୍ରାମ ସ୍ଥିତ ପ୍ରାଥମିକ ବିଦ୍ୟାଳୟର ଏକ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ହେଉଥିଲା। ଠିକାଦାର ତୁଷାର ରଞ୍ଜନ ବିଶ୍ୱାଳ ଏହି ଗୃହ ନିର୍ମାଣ କାର୍ଯ୍ୟ କରୁଥିଲେ । ତେବେ ସ୍କୁଲ ନିର୍ମାଣ କାର୍ଯ୍ୟ ପ୍ରାୟ ଏକ ମାସ ହେବ ଶେଷ ହୋଇଥିଲା। ତୁରନ୍ତ ଵିଲ୍‌ କରି ତାଙ୍କୁ ଅର୍ଥ ଦେବାକୁ ଠିକାଦାର ଶ୍ରୀବିଶ୍ୱାଳ ବାରମ୍ବାର ଶାଳପଡ଼ା ପଂଚାୟତ ଦା୍ୟୁତରେ ଥିବା ସହାୟକ ଯନ୍ତ୍ରୀ ବନ୍ଦିତା ଦାସଙ୍କୁ ନିବେଦନ କରିଥିଲେ । ଏପରିକି ପୂର୍ବରୁ ଏହି ଗୃହ ନିର୍ମାଣ ବାବଦରେ ଠିକାଦାର ତାଙ୍କୁ ୩୦ ହଜାର ଟଙ୍କା ଦେଇଥିଲେ । ପିସି ବାବଦକୁ ଅବଶିଷ୍ଟ ୩୫ ହଜାର ଟଙ୍କା ଦେବା ପାଇଁ କନିଷ୍ଠ ଯନ୍ତ୍ରୀ ଦାବି କରି ଆସୁଥିବା ବେଳେ ଵିଲ୍‌ ମିଳିଲା ପରେ ଏହା ଦେବି ପୋଲି କହିଥିଲେ। କିନ୍ତୁ ଲାଞ୍ଚ ଟଙ୍କା ନଦେଲେ ବିଲ୍‌ ହେବନାହିଁ ବୋଲି ଯନ୍ତ୍ରୀ ସ୍ପଷ୍ଟ ମନା କରିଦେଇଥିଲେ।
ଶେଷରେ ତୁଷାର ବାଧ୍ୟ ହୋଇ କଟକ ଭିଜିଲାନ୍‌ସରେ ଅଭିଯୋଗ କରିଥିଲେ। ପୂର୍ବ ପ୍ରସ୍ତୁତି ଅନୁଯାୟୀ ଆଜି ଅପରାହ୍ଣରେ ଭିଜିଲାନ୍‌ସ ବିଭାଗ ଡ଼ିଏସପିଙ୍କ ସହିତ ଏକ ୮ ଜଣିଆ ଟିମ ଆସି ବଡ଼ଚଣା ବ୍ଲକ ନିକଟରେ ଛକି ରହିଥିଲେ । ସନ୍ଧ୍ୟା ୬ ଟାରେ କନିଷ୍ଠ ଯନ୍ତ୍ରୀ ବନ୍ଦିତା ଦାସ ଆସି ବ୍ଲକ କାର୍ଯାଳୟ ଉପର ମହଲାକୁ ଯାଇଥିଲେ ଓ ତାଙ୍କ ସହିତ ଦୀର୍ଘ ବର୍ଷ ହେବ ବଡ଼ଚଣା ବ୍ଲକରେ ବିନା ନିଯୁକ୍ତିରେ ବ୍ଲକର ବିଭିନ୍ନ କାର୍ଯ୍ୟ କରୁଥିବା ଶ୍ୟାମସୁନ୍ଦର ସେଠୀ ନାମକ ଜଣେ ଦଲାଲ ଥିଲେ। ଠିକାଦାର ତୁଷାର ବିଶ୍ୱାଳ ପ୍ରଥମେ ଶ୍ୟାମସୁନ୍ଦରଙ୍କୁ ଏହି ଟଙ୍କା ଦେଇଥିଲେ। ଏହି ଟଙ୍କାକୁ ଶ୍ୟାମସୁନ୍ଦରଙ୍କ ଠାରୁ ସହାୟକ ଯନ୍ତ୍ରୀ ଗ୍ରହଣ କରିବା ସମୟରେ ଭିଜିଲାନ୍‌ସ ଟିମ ଉଭୟଙ୍କୁ ଧରିଥିଲେ।
ସୂଚନା ମୁତାବକ ଗୃହ ନିର୍ମାଣ ଅଟକଳ ୧୧ ଲକ୍ଷ ୭୬ ହଜାର ୮୮୪ ଟଙ୍କା ବୋଲି ଠିକାଦାର ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *