କଟକ : ପବିତ୍ର ଭାଗବତ ଜନ୍ମ ଓ ମହାବୀର ଜୟନ୍ତୀ ଅବସରରେ ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ‘ଭୁବନେଶ୍ୱରକୁ ସ୍ୱତନ୍ତ୍ର ଜିଲ୍ଲା ଘୋଷଣା’ ଦାବି ନେଇ ଏକ ସ୍ୱତନ୍ତ୍ର ସମାବେଶ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ରାଜଧାନୀର ଅନେକ ପ୍ରମୁଖ ସଂଗଠନ ସାମିଲ ହୋଇ ଦାବି ପ୍ରତି ଦୃଢ଼ ସମର୍ଥନ ଜଣାଇଥିଲେ। ବିଶେଷକରି ଅଲ୍ ଓଡ଼ିଶା ସୁଭଦ୍ରା ଟ୍ରକ୍ ମାଲିକ ମହାସଂଘ, ନିଖିଳ ଓଡ଼ିଶା ମିନି ଟ୍ରକ୍ ମାଲିକ ମହାସଂଘ, ଅଲ୍ ଓଡ଼ିଶା ମେକାନିକାଲ୍ ମହାସଂଘ, ସାହାରା ବ୍ୟବସାୟୀ ସଂଘ ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ଶିକ୍ଷକ, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ତଥା ସ୍ଥାନୀୟ ବାସିନ୍ଦା ଏକତ୍ରିତ ହୋଇ ‘ଭୁବନେଶ୍ୱରକୁ ଜିଲ୍ଲା କର’ ନାରାରେ ପରିବେଶ ପ୍ରକମ୍ପିତ କରିଥିଲେ।
ସୂଚନାଯୋଗ୍ୟ ଯେ, ଗତ ୧୯୭୫ ମସିହାରେ ଏ ସମ୍ପର୍କିତ କମିଟିର ରିପୋର୍ଟ ଆସିବା ପରେ ପ୍ରାୟ ୫୦ ବର୍ଷ ବିତିଯାଇଥିଲେ ହେଁ ଭୁବନେଶ୍ୱରକୁ ଆଜି ପର୍ଯ୍ୟନ୍ତ ଜିଲ୍ଲା ମାନ୍ୟତା ମିଳିପାରିଲା ନାହିଁ। ଏହି ଉଦାସୀନତା ବିରୋଧରେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତେଜିବା ସହ ସମସ୍ତ ସଂଘ-ମହାସଂଘ ମିଳିତ ହୋଇ ରାଜ୍ୟ ସରକାରଙ୍କ ନିକଟରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।
