ଭୁବନେଶ୍ୱରକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦାବି: ଓକିଲ ସଂଘର ସମାବେଶରେ ବିଭିନ୍ନ ସଂଗଠନର ସମର୍ଥନ

ରାଜ୍ୟ
Spread the love

 କଟକ : ପବିତ୍ର ଭାଗବତ ଜନ୍ମ ଓ ମହାବୀର ଜୟନ୍ତୀ ଅବସରରେ ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ‘ଭୁବନେଶ୍ୱରକୁ ସ୍ୱତନ୍ତ୍ର ଜିଲ୍ଲା ଘୋଷଣା’ ଦାବିରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି ସମାବେଶରେ ରାଜଧାନୀର ବହୁ ପ୍ରମୁଖ ସଂଗଠନ ସାମିଲ ହୋଇ ଦାବି ପ୍ରତି ପୂର୍ଣ୍ଣ ସମର୍ଥନ ଜଣାଇଥିଲେ। ବିଶେଷକରି ଅଲ୍ ଓଡ଼ିଶା ସୁଭଦ୍ରା ଟ୍ରକ୍ ମାଲିକ ମହାସଂଘ, ନିଖିଳ ଓଡ଼ିଶା ମିନି ଟ୍ରକ୍ ମାଲିକ ମହାସଂଘ, ଅଲ୍ ଓଡ଼ିଶା ମେକାନିକାଲ୍ ମହାସଂଘ, ସାହାରା ବ୍ୟବସାୟୀ ସଂଘ ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ଶିକ୍ଷକ, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ଏବଂ ସ୍ଥାନୀୟ ବାସିନ୍ଦା ଏକତ୍ରିତ ହୋଇ ଭୁବନେଶ୍ୱରକୁ ତୁରନ୍ତ ଜିଲ୍ଲାର ମାନ୍ୟତା ପ୍ରଦାନ କରିବାକୁ ଏକସ୍ୱରରେ ଦାବି କରିଥିଲେ।

ସୂଚନାଯୋଗ୍ୟ ଯେ, ୧୯୭୫ ମସିହାରେ ଭୁବନେଶ୍ୱରକୁ ସ୍ୱତନ୍ତ୍ର ଜିଲ୍ଲା କରିବା ନେଇ ଗଠିତ କମିଟିର ରିପୋର୍ଟ ଆସିବା ପରେ ପ୍ରାୟ ୫୦ ବର୍ଷ ବିତିଯାଇଛି। ମାତ୍ର ଦୀର୍ଘ ଦିନ ଧରି ଏହି ଦାବି ପ୍ରତି ସରକାରୀ ସ୍ତରରେ ଅଣଦେଖା କରାଯାଇଛି। ଏଣୁ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଆହୁରି ଜୋରଦାର କରିବା ସହ ଭୁବନେଶ୍ୱର ଓକିଲ ସଂଘ ଓ ସମସ୍ତ ସହଯୋଗୀ ସଂଗଠନ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଏକ ସ୍ମାରକପତ୍ର ପ୍ରଦାନ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି।

Leave a Reply

Your email address will not be published. Required fields are marked *