ଶିଶୁ ବିଦ୍ୟାମନ୍ଦିରରେ ସେବା ସଙ୍କଳ୍ପ ଅଭିଯାନ

ରାଜ୍ୟ
Spread the love

କଟକ: କଟକ ସଦର ବୟାଳିଶମୌଜା ଅନ୍ତର୍ଗତ ଦଧିବାମନପୁରସ୍ଥିତ ଶ୍ରୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମମାସ ଉପଲକ୍ଷେ ‘ସେବା ସଙ୍କଳ୍ପ ଅଭିଯାନ’ ଅନୁଷ୍ଠିତ ହୋଇଯାଇଛି।

କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ କାର୍ଯ୍ୟକର୍ତ୍ତା ସଞ୍ଜୀବ କୁମାର ଚିନାରା, କଟକ ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଯୋଗେନ୍ଦ୍ର ନାଥ ଭୋଇ ଓ ସମ୍ପାଦକ ସଞ୍ଜୟ କୁମାର ବିନ୍ଧାଣୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ମା’ ବୀଣାପାଣିଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଅତିଥିମାନେ ଉଦ୍‌ବୋଧନ ଦେଇ ‘ବିକଶିତ ଭାରତ’ ଓ ‘ଆତ୍ମନିର୍ଭର ଭାରତ’ ଗଠନ ଦିଗରେ ଛାତ୍ରଛାତ୍ରୀମାନଙ୍କ ଭୂମିକା ତଥା ସେବା ସଙ୍କଳ୍ପ ସମ୍ପର୍କରେ ମାର୍ଗଦର୍ଶନ ପ୍ରଦାନ କରିଥିଲେ।

ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।

ସମାରୋହରେ ବିଦ୍ୟାଳୟର ସମ୍ପାଦକ ରବୀନ୍ଦ୍ର ଦେବତା, ସହ-ସମ୍ପାଦିକା ସୁମିତା ଦେବତା ଓ ପ୍ରଧାନ ଆଚାର୍ଯ୍ୟ ବିଶ୍ୱରଞ୍ଜନ ତ୍ରିପାଠୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ବରିଷ୍ଠ ଗୁରୁଜୀ ଅଭିମନ୍ୟୁ ସ୍ୱାଇଁ, ଦେବବ୍ରତ ନାୟକ, ସତ୍ୟଶିବ ବାରିକ ଏବଂ ଗୁରୁମା ଲକ୍ଷ୍ମୀପ୍ରିୟା ପଣ୍ଡା ଓ ବେବି ରଣା ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଗୁରୁଜୀ ସୁବ୍ରତ ଘୋଷ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *