ପ୍ରବଳବର୍ଷା ଯୋଗୁଁ କଟରା ପଞ୍ଚାୟତ ର ହଜାରହଜାର ହେକ୍ଟର ଚାଷଜମି ଜଳମଗ୍ନ : ଉଜୁଡିଗଲା ଧାନଚାଷ, ଚିନ୍ତାରେ ଚାଷୀକୁଳ

ରାଜ୍ୟ
Spread the love

ଝଙ୍କଡ଼  : ବିଗତ ଲଘୁଚାପଜନିତ ବର୍ଷାରେ କଟରା ପଞ୍ଚାୟତ ର ହଜାରହଜାର ହେକ୍ଟରଚାଷ ଜମି ଜଳମଗ୍ନ ହୋଇଯାଇଛି l ରୁଆଯାଇଥିବା ଧାନତଳି ଉପରେ ପାଣିମାଡିଯାଇଛି l କ୍ଷେତକୁ ଚାହିଁଲେ ଚାଷୀମାନଙ୍କ ହଂସାଉଡିଯାଉଛି l ବିଶେଷକରି, କଟରା, ପଟିଲୋ ଓ ଗୋପାଳପୁର ଏଇ ତିନିଟି ପଞ୍ଚାୟତର ବ୍ୟାପକ ଚାଷଜମି ଉପରେ ପାଣିର ସୁଅଛୁଟୁଛି l ଜଜାଙ୍ଗ, ଇଟାଙ୍ଗ, ଆରିଜଙ୍ଗ, ଆଉଟିକିରି, ବେଗୁନିଆ, ହାଜିନଗର, କୋରକୋର, ନହଣ, ସୁସଙ୍ଗ, ମାର୍ଦ୍ଦୋଳ, କଟରା, ଅଢଙ୍ଗା, ଶେଉଳ, ପଟିଲୋ, ଉବୁକୁରା, କୋତିଅଁl ଓ ନାସିକ ଆଦିଗ୍ରାମର ଚାଷୀମାନଙ୍କ ଧାନଗଛ ଗୁଡିକ ପଚିଯାଇ ନଷ୍ଟ ହୋଇଯାଇଛି l

ଜିଲ୍ଲାପାଳ ତୁରନ୍ତ ରାଜସ୍ବନିରୀକ୍ଷକ ଓ ତହସିଲଦାର ଙ୍କ ଦ୍ୱାରା ସଠିକ ଅନୁଧ୍ୟାନ କରି, ଚାଷୀମାନଙ୍କୁ କୃଷିଋଣ ଛାଡ଼ କରିବା ସହିତ, ଆବଶ୍ୟକୀୟ କ୍ଷତିପୂରଣ ପ୍ରଦାନ କରିବାପାଇଁ ସମ୍ପୃକ୍ତଅଞ୍ଚଳର ଜନପ୍ରତିନିଧି ମାନଙ୍କ ସମେତ ବିଜୟ କୁମାର ସ୍ୱାଇଁ, ରବୀନ୍ଦ୍ର କୁମାର ମହାନ୍ତି, ମହେନ୍ଦ୍ର କୁମାର ଦାସ, ଅଜୟ କୁମାର ଦାସ,ବିକ୍ରମ ରାଉତ, ଈଶ୍ୱର ଚନ୍ଦ୍ର ସ୍ୱାଇଁ, ସୁଧୀର ବେହେରା,ନିରଞ୍ଜନ ରାଉତ, ସୁଧାଂଶୁ ଭୂଷଣ ନାୟକ ଓ ପବିତ୍ର କୁମାର ସ୍ୱାଇଁ ପ୍ରମ୍ମୁଖ ଶତାଧିକ ଚାଷୀ ଆକୁଳ ନିବେଦନ କରିଛନ୍ତି l

Leave a Reply

Your email address will not be published. Required fields are marked *