କଲ୍ୟାଣପୁର ଉତ୍ସବ ମୁଖର : ନାଚିଲେ, ଗାଇଲେ, ରଜଦୋଳିରେ ଖୁସି ମନେଇଲେ

ରାଜ୍ୟ
Spread the love

ମାହାଙ୍ଗା  :  କଲ୍ୟାଣପୁର ଗାଁ’ ର କୁଆଁରୀ ଝିଅମାନେ କେବଳ ରଙ୍ଗ ଅଳତା ଲଗାଇ,ଦୋଳି ଖେଳି, ପିଠା ଖାଇ, ନୂଆ ପୋଷାକ ପିନ୍ଧି ରଜପର୍ବ ପାଳନ କରିନାହାନ୍ତି l ସେମାନେ ସାରା ଗାଆଁର ଆବାଳ ବୃଦ୍ଧ ବନିତା, ସମସ୍ତଙ୍କୁ ହରିଗୋସେଇଁଙ୍କ ବିଜେସ୍ଥଳୀରେ ଏକାଠି କରିଥିଲେ l ଗୁରୁଜନଙ୍କ ଠାରୁ ଆଶୀର୍ବାଦ ନେଇ, ପାରମ୍ପରିକ ନୃତ୍ୟ, ସଂଗୀତ, ଅଭିନୟ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଦର୍ଶକ ମାନଙ୍କୁ ବିମୋହିତ କରିଥିଲେ l
କଲ୍ୟାଣପୁର ଛୋଟିଆ ଗାଁ’ ଟିଏ ହେଲେ ମଧ୍ୟ ସେହି ପଲ୍ଲୀ ଗାଁ’ର ପିଲାମାନଙ୍କୁ ନେଇ ପୁଚି ଖେଳ, ବୋହୂଚୋରୀ ଖେଳ, ଓଡିଶୀ ଓ ଆଧୁନିକ ନୃତ୍ୟ ଓ ପାରମ୍ପରିକ ସଂଗୀତ ଭଳି ଅନେକ ପ୍ରତିଯୋଗିତାର ଆୟୋଜିତ କରିବାକୁ ଭୁଲିନଥିଲେ l
ହରିଗୋସ୍ୱାମୀ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଏହି ରଜ ମହୋତ୍ସବରେ ସାହିତ୍ୟିକ ଅଖିଳେଶ ମହାନ୍ତି ସଭାପତିତ୍ୱ କରିଥିଲେ l ଶ୍ରୀ ମହାନ୍ତି କହିଲେ- ରଜ କେବଳ ଏକ କୃଷି ଭିତ୍ତିକ ଗଣପର୍ବ ନୁହେଁ l ଏହା ସାମାଜିକ ଜୀବନରେ ସଦଭାବନା ଓ ଭାଇଚାରା ସୃଷ୍ଟି ପାଇଁ ସୁଯୋଗ ସୃଷ୍ଟି କରିଥାଏ l ରଜ ଆମ ସଭ୍ୟତା ଓ ଆମ ସଂସ୍କୃତିରେ ଏକତାର ବାର୍ତ୍ତା ବାଣ୍ଟେ l ମୁଖ୍ୟ ଅତିଥି ଭାବେ ସମାଜସେବୀ ସୁଧୀର କୁମାର ମହାନ୍ତି, ମୁଖ୍ୟବକ୍ତା ଭାବେ ସଂସ୍କୃତି ସଂଗଠକ ବିଭୁତିଭୂଷଣ ଦାସ, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ରାଜସ୍ବ ବିଭାଗର ବରିଷ୍ଠ ଅଧିକାରୀ ଅନନ୍ତ ଚରଣ ରାଉତ ପ୍ରମୁଖ ଯୋଗଦେଇ ରଜ ପର୍ବର ବୈଭବମୟ ପରମ୍ପରା ଉପରେ ଆଲୋକପାତ କରିଥିଲେ l କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l
ଏହି କାର୍ଯ୍ୟକ୍ରମକୁ ବସନ୍ତ ମହାନ୍ତି,ସଚିତ୍ର ମହାନ୍ତି,ସୌମ୍ୟ ରଞ୍ଜନ ମହାନ୍ତି, ହିମାଂଶୁ ଶେଖର ପରିଡା,ଦେବ ପ୍ରକାଶ ଖୁଣ୍ଟିଆ,ପ୍ରିୟାଂଶୁ ମହାନ୍ତି, ସୌମ୍ୟ ରଞ୍ଜନ ସାମଲ, ମାନସ କୁମାର ପରିଡା, ରାଜେଶ ମହାନ୍ତି, ହରେକୃଷ୍ଣ ମହାନ୍ତି, ରାକେଶ ମହାନ୍ତି, ତପନ ମହାନ୍ତି, ବିଶ୍ୱଜିତ ମହାନ୍ତି, ସତ୍ୟ ରଞ୍ଜନ ସାମଲ, ନିରଞ୍ଜନ ସାମଲ, ସଂଗ୍ରାମ ପୃଷ୍ଟି,ଜଗବନ୍ଧୁ ମହାନ୍ତି, ପ୍ରମୁଖ ପରିଚାଳନା କରିଥିଲେ l

Leave a Reply

Your email address will not be published. Required fields are marked *