ଝଙ୍କଡ଼ : ତିର୍ତ୍ତୋଲବ୍ଲକ କଟରା ପଞ୍ଚାୟତ ଅନ୍ତର୍ଗତ ବେଗୁନିଆଗ୍ରାମର ଅଧୀଶ୍ୱର ବାବା ଗ୍ରାମେଶ୍ବର ମହାଦେବ ଙ୍କ ଶୀତଳଷଷ୍ଠୀ ଉପଲକ୍ଷେ ଶିବବିବାହଉତ୍ସବ, ବିପୁଳଆନନ୍ଦ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ପଣ୍ଡିତ ରଞ୍ଜନ କୁମାର ପଣ୍ଡା ଓ ମଣ୍ଟୁପଣ୍ଡା ଙ୍କ ପୌରହିତ୍ୟ ରେ ଗତ ଗୁରୁବାର ଦିନ ଆୟୋଜିତ ଏହି ଶିବବିବାହ ଉତ୍ସବ ରେ ବରପିତା ଚିତ୍ତରଞ୍ଜନ ରାଉତ ଓ କନ୍ୟାପିତା ଭାବେ ଅଭିଷେକ ରାଉତ ନିଜନିଜର ଦାୟିତ୍ୱ ସମ୍ପାଦନ କରିଥିଲେ l ସୁସଜ୍ଜିତ ବିମାନ ଆରୋହଣ କରାଯାଇ, ଏକ ବର୍ଣ୍ଣାଢ୍ୟ ପଟୁଆର ବେଗୁନିଆ ଆହୁତିଗିରି ରୁ ବାହାରି, ମହମଦପୁର ବଗାହୁରା ଗ୍ରାମ ପର୍ଯ୍ୟନ୍ତ ପରିକ୍ରମା କରିବା ସମୟରେ ଶହଶହ ଶ୍ରଦ୍ଧାଳୁଭକ୍ତ ଏଥିରେ ଅଂଶଗ୍ରହଣ କରିଥିଲେ l ତେବେ ଏହି ସମସ୍ତ କାର୍ଯ୍ୟକ୍ରମ କୁ ପଦ୍ମନାଭ ରାଉତ, ବିପିନବିହାରୀ ନାୟକ, ନିରଞ୍ଜନ ନାୟକ, ଦୀପକ ମଲ୍ଲ, ନିରଞ୍ଜନ ରାଉତ, ଯଶୋବନ୍ତ ରାଉତ, ପ୍ରଶାନ୍ତ ରାଉତ ଓ ସାରଦା ସେନାପତି ଙ୍କ ସମେତ ସମସ୍ତ ଗ୍ରାମବାସୀ ମାନେ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ l
