କନ୍ଧମାଳରେ ୧୬ ମ୍ୟୁଲ୍‌ ଆକାଉଣ୍ଟ ଠାବ: କାର୍ପଟଦାର ସାଜିଥିଲେ ବ୍ୟାଙ୍କ ଅଧିକାରୀ, ୬.୨୭ କୋଟି ଟଙ୍କା ଠକେଇ

କନ୍ଧମାଳ ରାଜ୍ୟ
Spread the love

ଫୁଲବାଣୀ, ୧୦/୧: ଏକ ଠକେଇ ଅପରାଧରେ ସଂପୃକ୍ତ ଗ୍ୟାଙ୍ଗ୍‌ର କିଙ୍ଗ୍‌ପିନ୍‌ ସମେତ ୫ ଜଣ ସାଇବର୍‌ ଅପରାଧୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି କନ୍ଧମାଳ ସାଇବର୍‌ ପୁଲିସ। ଜିଲ୍ଲାରେ ମ୍ୟୁଲ୍‌ ବ୍ୟାଙ୍କ ଆକାଉଣ୍ଟ ଚାଲିଥିବା ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ କନ୍ଧମାଳ ପୁଲିସକୁ ସୂଚନା ମିଳିବା ପରେ ତନାଘନା ହୋଇଥିଲା। ଭୁବନେଶ୍ବର ଶୈଳଶ୍ରୀବିହାରସ୍ଥିତ ସୂର୍ଯ୍ୟୋଦୟ ବ୍ୟାଙ୍କର ଜଣେ ପଦସ୍ଥ ଅଧିକାରୀ ତୁଷାରକାନ୍ତି ଦାସଙ୍କ ନେତୃତ୍ବରେ କନ୍ଧମାଳରେ ଶତାଧିକ ଗ୍ରାହକଙ୍କ ନାମରେ ମ୍ୟୁଲ୍‌ ଆକାଉଣ୍ଟ ଖୋଲାଯାଇଥିଲା। ଠକେଇର ତଦନ୍ତ କରି କନ୍ଧମାଳ ପୁଲିସ ମୁଖ୍ୟ ଅଭିଯୁକ୍ତ ତୁଷାରକାନ୍ତିଙ୍କ ସମେତ ମୋଟ ୫ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ମୟୂରଭଞ୍ଜଜିଲ୍ଲା ଶୁଳିଆପଦା ଥାନା ଅନ୍ତର୍ଗତ କଲ୍‌ତିଆ ଗ୍ରାମର ତୁଷାରକାନ୍ତି ଦାସ (୩୦), ଫୁଲବାଣୀ ସହରର ଅବିନାଶ ମହାପାତ୍ର (୩୦), ଫୁଲବାଣୀ ଟାଉନ୍‌ ଥାନା ଅନ୍ତର୍ଗତ ଡାକପାଲା ଗ୍ରାମର କିରଣ କୁମାର ବେହେରା (୨୯) ଓ ଗୋପାଳ ସିଂହ (୨୯) ଏବଂ ଫୁଲବାଣୀ ଗଣେଶ ବଜାରନିବାସୀ ବାଦଲ କୁମାର ସ୍ବାଇଁ (୩୪)।

Leave a Reply

Your email address will not be published. Required fields are marked *