କଟକ,୨୪/୧୨: କଟକ ସଦର ୪୨ ମୌଜା ସ୍ଥିତ ବନ୍ତୁଣିଆ ନିବାସୀ ଧର୍ମପରାୟଣ ବ୍ୟକ୍ତି ସ୍ବର୍ଗତ ଉମାକାନ୍ତ ଦାଶଙ୍କ ଚତୁର୍ଦ୍ଦଶାହ ଦିବସରେ ଏକ ଶ୍ରଦ୍ଧାଞ୍ଜଳି ସଭା ଗ୍ରାମ ଅଧିକାରୀଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଦେବେନ୍ଦ୍ର ସେନାପତିଙ୍କ ସଭାପତିତ୍ବରେ ଓ ମହନ୍ତ ଶ୍ରୀଯୁକ୍ତ ସଦାଶିବ ବିଶ୍ଵାଳଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଯାଇଅଛି l ଏହି ପରିପେକ୍ଷୀରେ ବନ୍ତୁଣିଆ, ବହଳପଡ଼ା ଓ ଶ୍ରୀରାମ ମୌଜାର ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଭଜନ ସଙ୍କୀର୍ତ୍ତନ ପରିବେଷଣ କରାଯାଇ ସ୍ବର୍ଗତ ଆତ୍ମାର ସଦଗତି ନିମନ୍ତେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇ ଥିଲା l ଉକ୍ତ କାର୍ଯ୍ୟକ୍ରମରେ ବିଷ୍ଣୁ ଚରଣ ଦାଶ, ରଂଜନ କୁମାର ଦଳେଇ,କିଶୋର ଚନ୍ଦ୍ର ସେନାପତି,ପର୍ଶୁରାମ ନାୟକ,ରାମ ଚନ୍ଦ୍ର ସେନାପତି, ପରିବାରରୁ ବିଶ୍ଵନାଥ ଦାଶ,ସତ୍ୟନାରାୟଣ,ପବିତ୍ର ନାରାୟଣ,ବିରଞ୍ଚି ନାରାୟଣ,ସନ୍ତୋଷ କୁମାର,ଆଦିତ୍ୟ ନାରାୟଣ ଦାଶ, ଭଣଜା, ଭାଣେଜିବୋହୁ, ପୁତ୍ରବଧୂ, ନାତି,ନାତୁଣୀ,ବନ୍ଧୁ ପରିବାରବର୍ଗଙ୍କ ସହିତ ବରିଷ୍ଠ ସାମ୍ବାଦିକ ବୁଲେଇ ବେହେରା ପ୍ରମୁଖ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ l ପରିଶେଷରେ ଅଶୋକ କୁମାର ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ l
