ତିର୍ତୋଲ କଲେଜ ଭୂତତ୍ତ୍ୱ ବିଜ୍ଞାନ ଆଲୁମିନି ଆସୋସିଏସନର ବାର୍ଷିକ ଉତ୍ସବ

ଜଗତସିଂହପୁର ରାଜ୍ୟ
Spread the love

ଝଙ୍କଡ, ୨୪/୧୨: ତିର୍ତୋଲ ଆଦିକବି ସାରଳା ଦାସ ମହାବିଦ୍ୟାଳୟର ଭୂତତ୍ତ୍ୱ ବିଜ୍ଞାନ ବିଭାଗ ଆଲୁମିନି ଆସୋସିଏସନର ବାର୍ଷିକ ଉତ୍ସବ ସଭାପତି ବିମଳ କାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ସୁପ୍ରିୟା ସ୍ୱାଇଁ, ଜେନେରାଲ୍ ମ୍ୟାନେଜର (HR & IR), ଆର୍ସେଲର୍ ମିତଲ୍ ନିପ୍ପୋନ୍ ଇଣ୍ଡିଆ ଲିମିଟେଡ଼ ଉପସ୍ଥିତ ଥିଲେ। ମୁଖ୍ୟ ବକ୍ତା ଭାବେ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ମଦନ ମୋହନ ମହାନ୍ତ, ସମ୍ମାନିତ ଅତିଥି ଭାବେ ଆସୋସିଏସନର ଉପଦେଷ୍ଟା ଲୋକନାଥ ଓଝା, ବରିଷ୍ଠ ସଭ୍ୟ ବିଶ୍ୱଜିତ କାନୁନଗୋ ଓ ଡ଼. ଅଶୋକ କୁମାର ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ଭୂତତ୍ତ୍ୱ ବିଜ୍ଞାନ ବିଷୟର ଗୁରୁତ୍ୱ, ଉଚ୍ଚଶିକ୍ଷା, ଗବେଷଣା ଓ ଭବିଷ୍ୟତ କାର୍ଯ୍ୟସୁଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ। ସଂଗଠନ ସମ୍ପାଦକ ପବିତ୍ର ସ୍ୱାଇଁ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ କୋଷାଧ୍ୟକ୍ଷ ନିହାର ପ୍ରସାଦ ରଥ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।ମହାବିଦ୍ୟାଳୟର ବିଭାଗୀୟ ମୁଖ୍ୟ ଅଧ୍ୟାପକ ଶୁଭେନ୍ଦୁ ରାୟ, ଅଧ୍ୟାପିକା ସୋୟମ ଶିଖା ଦାସ ଓ ବରିଷ୍ଠ କର୍ମଚାରୀ ପ୍ରହରାଜ ମହାପାତ୍ରଙ୍କ ସକ୍ରିୟ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ସୁସଂଗଠିତ ଭାବେ ଅନୁଷ୍ଠିତ ହୋଇଥିଲା। ଉପସଭାପତି ସାଇଦତ୍ତ ଦାସ, ଯୁଗ୍ମ ସମ୍ପାଦକ କମଳଜ୍ୟୋତି ଦାସ ସହ ପୁରାତନ ଛାତ୍ର ବିଶ୍ୱଜିତ ଦାସ, ଗଣେଶ ମୁଦୁଲି, ସୁବ୍ରତ ସୁନ୍ଦରରାୟ, ପ୍ରତାପ ଦାସ, ଦୀପ୍ତି ନନ୍ଦ ଏବଂ ବର୍ତ୍ତମାନର ଛାତ୍ରଛାତ୍ରୀ ଉପସ୍ଥିତ ରହି ସେମାନଙ୍କ ମତାମତ ରଖିଥିଲେ। ଅଧ୍ୟାପକ, ଛାତ୍ରଛାତ୍ରୀ ଓ ଅତିଥିମାନଙ୍କ ଉପସ୍ଥିତିରେ ଉତ୍ସବ ଆନନ୍ଦମୟ ହୋଇଥିଲା। ପ୍ରାରମ୍ଭରେ ଦିବଂଗତ ସଭ୍ୟ ସୁଶାନ୍ତ ସାମଲଙ୍କ ସ୍ମୃତିରେ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ମେଧାବୃତ୍ତି ପରୀକ୍ଷାରେ କୃତକାର୍ଯ୍ୟ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ବିଭାଗୀୟ ବରିଷ୍ଠ କର୍ମଚାରୀ ଖଗେଶ୍ୱର ମହାରଣାଙ୍କୁ ସମ୍ବର୍ଦ୍ଧନା ଜଣାଯାଇଥିଲା, ତାଙ୍କ ଅନୁପସ୍ଥିତିରେ ବିଭାଗୀୟ କର୍ମଚାରୀମାନେ ସମ୍ବର୍ଦ୍ଧନା ଗ୍ରହଣ କରିଥିଲେ। ଶେଷରେ ବିଭାଗୀୟ ଅଧ୍ୟାପିକା ତାରେଣୀପ୍ରଭା ରାଉତରାୟ ଧନ୍ୟବାଦ ଜ୍ଞାପନ କରିଥିଲେ।

Leave a Reply

Your email address will not be published. Required fields are marked *