ଆଦର୍ଶ ମହିଳା ଲକ୍ଷ୍ମୀ ଜେନାଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି

ରାଜ୍ୟ
Spread the love

ମାହାଙ୍ଗା  : ପଲ୍ଲିକବି ନନ୍ଦକିଶୋର ଓ ଶିଳ୍ପୀ ଗୁରୁ ବି ବର୍ମାଙ୍କ ଜନ୍ମମାଟି କୁସୁପୁର ଠାରେ ଆଦର୍ଶ ଧର୍ମପ୍ରାଣା ମହିଳା ଶତାୟୁ ଲକ୍ଷ୍ମୀ ଜେନାଙ୍କ ଏକାଦଶାହ ତିଥିରେ ଏକ ସ୍ମୁତି ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା l ବରିଷ୍ଠ ସାମ୍ବାଦିକ ଅଖିଳେଶ ପଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାହିତ୍ୟିକ ଡକ୍ଟର ଭାବଗ୍ରାହୀ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନନ୍ଦକିଶୋର ବିଦ୍ୟାମନ୍ଦିର କୁସୁପୁର ଏବଂ ଗ୍ରାମ୍ୟ ସାଇ ମନ୍ଦିରକୁ ଭୂମି ଦାନକରିବା ସହିତ, ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ଅବୈତନିକ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରିଥିବା ସ୍ବର୍ଗୀୟା ଲକ୍ଷ୍ମୀ ଦେବୀଙ୍କ ମହତ ପଣିଆର ପଟ୍ଟାନ୍ତର ନାହିଁ ବୋଲି ମତବ୍ୟକ୍ତ କରିଥିଲେ l

ମାହାଙ୍ଗା ପଞ୍ଚାୟତ ସମିତିର ପ୍ରାକ୍ତନ ଅଧ୍ୟକ୍ଷ ରାଜକିଶୋର ଜେନା, ଜିଲ୍ଲାପରିଷଦ ସଭ୍ୟ ଜଗବନ୍ଧୁ ସେଠୀ,କବି ନବକିଶୋର ଗୋସ୍ୱାମୀ,ଅବସରପ୍ରାପ୍ତ ଶିକ୍ଷକ ଧରଣୀଧର ବେହେରା ,କବି ଭକ୍ତ ଚରଣ ସାହୁ, ବ୍ଲକ ବିଜେଡି କାର୍ଯ୍ୟକାରୀ ସଭାପତି ହୃଷିକେଶ ସ୍ୱାଇଁ, ଉମାଶଙ୍କର ବିଶ୍ୱାଳ,ସାମ୍ବାଦିକ ଲକ୍ଷ୍ମୀଧର ଖୁଣ୍ଟିଆ, ସାମ୍ବାଦିକ ଅଶୋକ ଦାଶ, ସୁବ୍ରତ କୁମାର ଜେନା, ଉପେନ୍ଦ୍ର ରାଉତରାୟ, ଶୁକଦେବ ରାଉତରାୟ,ପ୍ରମୁଖ ଯୋଗଦେଇ ଗ୍ରାମର ସାମାଜିକ, ସାଂସ୍କୃତିକ, ଆଧ୍ୟାତ୍ମିକ ଓ ଶିକ୍ଷାର ବିକାଶ କ୍ଷେତ୍ରରେ ଦିବଂଗତ ଲକ୍ଷ୍ମୀ ଜେନାଙ୍କ ଜୀବନବ୍ୟାପୀ ଯୋଗଦାନ ଅବିସ୍ମରଣୀୟ ବୋଲି କହିଥିଲେ l ଏହି ସ୍ମୁତି ଉତ୍ସବକୁ କୁସୁପୁର କୃଷି ସମବାୟ ସମିତିର ସଭାପତି ପ୍ରଶାନ୍ତ କୁମାର ରାଉତରାୟ,ମନମୋହନ ଜେନା, ବୈକୁଣ୍ଠ ଜେନା, କ୍ଷୀରୋଦ ଜେନା, ଶୁଭ୍ରଜିତ ଜେନା, ଦେବାଶିଷ ଜେନା, କମଲେଶ ଜେନା,ସୁଶାନ୍ତ ରାଉତରାୟ,ପ୍ରକାଶ ରାଉତରାୟ,ସତ୍ୟରଞ୍ଜନ ରାଉତରାୟ,ପ୍ରମୁଖ ପରିଚାଳନା କରିଥିଲେ l ନିତାଇଗୌର ହରିନାମ ସଂକୀର୍ତ୍ତନ ଛତିଆ ପକ୍ଷରୁ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ, ସାହିତ୍ୟିକ, ସାମ୍ବାଦିକ, ସମାଜସେବୀ ଯୋଗଦେବା ଦେଖିବାକୁ ମିଳିଥିଲା l

Leave a Reply

Your email address will not be published. Required fields are marked *