କଟକସଦର : କଟକସଦର ନିର୍ବାଚନ ମଣ୍ଡଳୀର ଦଧିବାମନପୁର ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସୁମିତ୍ରା ଗୋଚ୍ଛାୟତ, ଯୁବନେତା ପଦ୍ମନାଭ ଗୋଚ୍ଛାୟତ (ଟୁଲୁ ବାବୁ)ଙ୍କ ନେତୃତ୍ବରେ ଓଡ଼ିଶାର ଜନନାୟକ, ପୂର୍ବତନ ମୁଖ୍ୟମନ୍ତ୍ରୀ, ବିରୋଧୀଦଳ ନେତା ଓ ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ମା ଭୁଆସୁଣୀ ପୀଠରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା |
ଏଥିରେ ମୁରବୀ ଅଶୋକ ରାଉତ,ସପନି ଦେବତା,ମାନ ଗୋବିନ୍ଦ ପଣ୍ଡା, ରଞ୍ଜନ ସ୍ବାଇଁ,ସନାତନ ବେହେରା, ଅଶୋକ ଭୋଇ,ସାଜନ ପତି ଓ ବାଉରୀବନ୍ଧୁ ସ୍ବାଇଁ ପ୍ରମୁଖ ଯୋଗଦାନ କରିଥିଲେ।
