ବୟାଳିଶମୌଜା : ୪୨ ମୌଜା, କଳପଡା ପଞ୍ଚାୟତ ଅନ୍ତର୍ଗତ ଦହିଗାଁ ଗ୍ରାମର ୬ ନମ୍ବର ୱାର୍ଡବାସିନ୍ଦା ସ୍ବାମୀ ଅଶୋକ କୁମାର ଭୋଇ ଓ ପତ୍ନୀ ସରସ୍ବତୀ ଭୋଇ ହିତାଧିକାରୀ ଆବାସ ଯୋଜନା ପାଇବାରୁ ବଞ୍ଚିତ ହୋଇଛନ୍ତି। ପକ୍କା ଘରଟିଏ ପାଇବା ପାଇଁ ବହୁବାର ଅଭିଯୋଗ କରିଛନ୍ତି ଏବଂ ବହୁବାର ସଦର ବ୍ଲକ ପକ୍ଷରୁ ତଦନ୍ତ ହୋଇଥିଲେ ମଧ୍ୟ ଘରଟିଏ ପାଇ ନାହାଁନ୍ତି।
ଏହି ଗ୍ରାମର ଅନେକ ଗରିବ ଶ୍ରେଣୀର ଲୋକ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ପାଇବା ପାଇଁ ଯୋଗ୍ୟ ଥାଇ ମଧ୍ୟ ଘର ପାଇ ନାହାଁନ୍ତି। ତୁରନ୍ତ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ବିଧାୟକ, ସାଂସଦ, ଜିଲ୍ଲା ପ୍ରଶାସନ ଓ ସଦର ବ୍ଲକ୍ ପ୍ରସାଶନ ଏହି ଗ୍ରାମରେ ପ୍ରତ୍ୟେକ ହିତାଧିକାରୀଙ୍କୁ ତଦନ୍ତ କରି ଆବାସ ଯୋଜାନାରେ ଅନ୍ତଭୁକ୍ତ କରିବା ପାଇଁ ସମାଜସେବୀ ବସନ୍ତ କୁମାର ପଣ୍ଡା, ଭଗବତି ପ୍ରସାଦ ପତି, ମହେନ୍ଦ୍ର ନାୟକ, ସମାଜସେବୀ ମନୋଜ ନାୟକ, ବିଜୟ ନାୟକ, ପ୍ରକାଶ ମାଝୀ, ଚନ୍ଦନ ପରିଡ଼ା ଓ ଗ୍ରାମବାସୀମାନେ ଦୃଢ ଦାବୀ କରିଛନ୍ତି। ସେହିପରି ଉକ୍ତ ଗ୍ରାମର ଅଞ୍ଜଲି ଭୋଇ ମଧ୍ୟ ଆବାସ ପାଇବାରୁ ବଞ୍ଚିତ ହୋଇଛନ୍ତି ।
