ଝଙ୍କଡ଼ : ଦୀର୍ଘ ୨୬ ବର୍ଷ ପରେ ଗତ ଜାନୁଆରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସରେ ସ୍ମୃତି ସାଉଁ ଟିଲେ ଓ ପରସ୍ପର ମଧ୍ୟରେ ଭାବବିନିମୟ କଲେ , ଝଙ୍କଡ଼ ସାରଳା ପୀଠ କନକପୁର ସ୍ଥିତ ସାରଦା ଏକାଡେମୀର ୧୯୯୮ ବ୍ୟାଚ୍ ର ପୁରାତନ ଛାତ୍ର ଛାତ୍ରୀ ମାନେ । ସ୍ଥାନୀୟ ବସନ୍ତବଗିଚା ର ସାରଳାପବ୍ଲିକ ସ୍କୁଲ ପରିସର ମଧ୍ୟରେ ଆୟୋଜିତ ଏହି ସହପାଠୀ ମିଳନ ଉତ୍ସବ ଉପଲକ୍ଷେ ବିଦ୍ୟାଦାତ୍ରୀ ମା ସାରଳା ଙ୍କ ମାର୍ଜନା ଓ ପୂଜାର୍ଚ୍ଚନା ପରେ, ପ୍ରାକ୍ତନ ବିଦ୍ୟାର୍ଥୀ ମାନେ ସାରଦା ଏକାଡେମୀ କୁ ଯାଇ, ସେହି ପଵିତ୍ର ପୁଣ୍ୟପୀଠର ମାଟି ତିଳକ କୁ ମୁଣ୍ଡରେ ଲଗାଇଥିଲେ । ପରେ ପରେ ଆୟୋଜିତ ସଭା ରେ ଦିବଂଗତ ଶିକ୍ଷକ ଶିକ୍ଷୟତ୍ରୀ ଓ ସହପାଠୀ ମାନଙ୍କ ଉଦ୍ଦେଶ୍ୟରେ ୨ ମିନିଟ୍ ନିରବପ୍ରାର୍ଥନା କରଯାଇଥିଲା ।
ନିଜ ନିଜର ଅନୁଭୂତି ଓ ଅନୁଭବ କହିଲା ବେଳେ, ଭାବପ୍ରବଣତା ଭିତରେ କେହି କେହି ଲୁହ ଝରାଉଥିବା ବେଳେ, ଆଉ କେତେକ ହସି ହସି ବେଦମ୍ ହୋଇ ଯାଇଥିଲେ । ନାଚଗୀତର ଆସର ଜମାଇ ପରସ୍ପର ମଧ୍ୟରେ କୋଳାକୋଳି ହେଉଥିବାର ଦେଖିବାକୁ ମିଳିଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକୁ ଆଦିତ୍ୟ ନାରାୟଣ ପଟ୍ଟନାୟକ, ପରେଶ୍ ଭଟ୍ଟ , ଅମର ଜ୍ୟୋତି ଭଟ୍ଟ , ରୁଦ୍ରପ୍ରସାଦ ରାଉଳ , ତୁଷାର କାନ୍ତ ପରିଜା , ରିନୁମୟୀ ସିଂହ , ଦୀପ୍ତିପ୍ରଭା ସାହୁ , ପ୍ରୀତିରଞ୍ଜନ ରଣା , ଚିତ୍ତରଞ୍ଜନ ତାରିଣୀଆ , ସାରଦା ନାୟକ , ପ୍ରୀତିରଞ୍ଜନ ପଣ୍ଡା , ଶଙ୍କର ବାରିକ , ଚନ୍ଦ୍ରକାନ୍ତ ସ୍ୱାଇଁ , ହୃଷୀକେଶ ସାହୁ , ରଞ୍ଜନ ମଲ୍ଲିକ , ଜୟନ୍ତ କୁମାର ସିଂହ , ତାପସ ମଲ୍ଲିକ, ଦୀପ୍ତି ରଞ୍ଜନ ନାୟକ ଓ ପ୍ରକାଶ ଚନ୍ଦ୍ର ପଣ୍ଡା ପ୍ରମୁଖ ଶତାଧିକ ଛାତ୍ର ଛାତ୍ରୀ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ । ପ୍ରତିବର୍ଷ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ଚାଲୁରହିବ ବୋଲି ଆୟୋଜକ ମାନେ ସୂଚନା ପ୍ରଦାନ କରିଅଛନ୍ତି।