ମୁଳିସିଂହ ପଞ୍ଚାୟତ ରେ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା ଶିବିର

ରାଜ୍ୟ
Share

ଝଙ୍କଡ଼ :   ସାରାରାଜ୍ୟରେ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଚାଲିଥିବା ବେଳେ, ତିର୍ତ୍ତୋଲ ବ୍ଲକ ମୁଳିସିଂହ ଗ୍ରାମ ପଞ୍ଚାୟତ ରେ ଗତ ଗୁରୁବାର ଦିନ ସରକାରୀ ହାଇ ସ୍କୁଲ ଖେଳ ପଡିଆ ରେ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ସଫୀ ଆଜାମ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଓ ସଭାପତିତ୍ବରେ ଆୟୋଜିତ ଏହି ଉପଲକ୍ଷେ ଆୟୋଜିତ ସଭାରେ ଜିଲ୍ଲାପରିଷଦ ଉପାଧକ୍ଷା ସୁଜାତା ମହାନ୍ତି ମୂଖ୍ୟଅଟିଥି ଭାବେ ଯୋଗଦେଇ ଦେଇଥିବା ବେଳେ ମୁଖ୍ୟବକ୍ତା ତିର୍ତ୍ତୋଲ ବ୍ଲକର ଅତିରିକ୍ତ ବିଡିଓ ସତ୍ୟଜିତ ସ୍ୱାଇଁ ଓ ସମ୍ମାନୀତ ଅତିଥି ଭାବେ ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା , ଜିଲ୍ଲାପରିଷଦ ସୁନୀଲ କୁମାର ବେହେରା , ଜିଲ୍ଲାପରିଷଦ ଗଙ୍ଗାଧର ବିଶ୍ୱାଳ, ସମିତି ସଭ୍ୟ ରଂଜନ କୁମାର୍ ସାହୁ, ସ୍ମୃତିଶ୍ରୀ ବୈଜୟନ୍ତ ବାଲା , ଜି ପି ଓ ବିଶ୍ୱଜିତ ଦାସ, ଇଂ ବିଜୟ କେତନ ମହାନ୍ତି ଓ ସମନ୍ୟିତ ସ୍ଵାସ୍ଥ୍ୟ ଅଧିକାରୀ ଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ମାନେ, ନିଜ ନିଜର ବକ୍ତବ୍ୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନମଙ୍ଗଳ କାର୍ଯ୍ୟକ୍ରମ ସମ୍ପର୍କରେ ତଥ୍ୟଭିତ୍ତିକ ବିବରଣୀ ଉପସ୍ଥାପନ କରିଥିଲେ । ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଭୀମସେନ ମୁର୍ମୁ ଙ୍କ ସହିତ ଏମ ବି କେ , ସି ଆର ସି , ସ୍ୱୟଂ ସହାୟିକା , ଆଶା କର୍ମୀ ମାନେ ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମ କୁ ଅଧିକ ସରସ ସୁନ୍ଦର କରିବା ପାଇଁ ନୃତ୍ୟ ସଙ୍ଗୀତ, ପାଲା ଆଦି ଲୋକନୃତ୍ୟ , ଲୋକକଳା ଓ ଲୋକସଙ୍ଗୀତ ଆଦି ପରିବେଷଣ କରା ଯାଇଥିଲା
। ଏହି ଅବସରରେ କେତେକ ବରିଷ୍ଠ ନାଗରିକ ମାନଙ୍କୁ ମଧ୍ୟ ସମ୍ମାନୀତ ଓ ସମ୍ବର୍ଦ୍ଧିତ କରାଯାଇଥିଲା।ଶିବିରର ବିଭିନ୍ନ ଷ୍ଟଲ୍ ରେ ଖାଦ୍ୟ ସୁରକ୍ଷା , ମତ୍ସ୍ୟ ସଂପ୍ରସାରଣ , କୃଷି କୃଷକ ବିକାଶ ଆଦିରେ ବହୁ ଜନଗହଳି ଦେଖିବାକ ମିଳିଥିଲା।

Leave a Reply

Your email address will not be published. Required fields are marked *