ସଅଁରା ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା ଶିବିର

ରାଜ୍ୟ
Share

ଝଙ୍କଡ଼ :  ସାରା ରାଜ୍ୟରେ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଚାଲିଥିବା ବେଳେ ଗତ ଜାନୁଆରୀ ପହିଲା ଦିନ, ତିର୍ତ୍ତୋଲ ବ୍ଲକ ଅଧିନ ସଅଁରା ଗ୍ରାମ ପଞ୍ଚାୟତର, ଶାମ୍ବ ଦଶମୀ ଯାତ୍ରା ପଡ଼ିଆରେ ସରପଞ୍ଚ ବିକ୍ରମ କେଶରୀ ସ୍ୱାଇଁ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ତିର୍ତ୍ତୋଲ ବ୍ଲକ ବିଡିଓ ତପନ କୁମାର ସେନାପତି ମୂଖ୍ୟଅତିଥି ଭାବେ ଯୋଗଦେଇ ଥିବା ବେଳେ , ବିଶିଷ୍ଟ ଶିକ୍ଷାବିତ୍ ସଭାପତିତ୍ବ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ବାବୁଲି ସ୍ୱାଇଁ । ସମ୍ମାନୀତ ଅତିଥି ଭାବେ ଓ ଏଲ ଏମ୍ କଳ୍ପନା ଦଳେଇ, ସମିତି ସଭ୍ୟା ସିଗ୍ନଧା ରାଣୀ ଦାଶ, ବରିଷ୍ଠ ଅଧିକାରୀ ପ୍ରଭାତ ରାଉତ , ସି ପି ଚନ୍ଦ୍ରଶେଖର ସ୍ୱାଇଁ ଙ୍କ ସମେତ ବିଭିନ୍ନ ବିଭାଗର ଯନ୍ତ୍ରୀ ଓ ଅଧିକାରୀମାନେ ଏହି ନବୀନ ଓଡ଼ିଶା ଆମ ଓଡ଼ିଶା କାର୍ଯକ୍ରମ ବିଷୟରେ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ ।

740ac5c2-a813-48b1-951d-90aefbf19f59

ଏହି ଅବସରରେ କଳା, ସାହିତ୍ୟ, ସଂସ୍କୃତି, ପ୍ରଶାସନିକସେବା, ଶିକ୍ଷା ଓ ସମାଜସେବା ଆଦି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜ୍ଜନ କରିଥିବା ପ୍ରତିଭାବାନ ତଥା ବଶିଷ୍ଠନାଗରିକ ବୁଲେଇ ସାହୁ , ଭ୍ରମରବର ନାୟକ , ବିଜୟ କୁମାର ମୁଦୁଲି , ମହେନ୍ଦ୍ର କୁମାର ଚାନ୍ଦ, ବୀରକିଶୋର ମିଶ୍ର , ପ୍ରତାପ ଦାସ ଓ ଭଗବାନ ପୁହାଣ ପ୍ରମୁଖ ବ୍ୟକ୍ତି ବିଶେଷଙ୍କୁ ଉତ୍ତରୀୟ ପୁଷ୍ପ ଗୁଛ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକୁ କାର୍ଯ୍ଯନିର୍ବାହୀ ଅଧିକାରୀ ଗୌତମ ଚରଣ ପରିଜା ଙ୍କ ସମେତ ମିଶନଶକ୍ତି, ସି ଆର୍ ପି , ଏମ ବି କେ , ଆଶା କର୍ମୀ ଙ୍କ ସହିତ ସୋମନାଥ ସ୍ୱାଇଁ , ମାନସ ରଞ୍ଜନ ସ୍ବାଇଁ, ସଂଗ୍ରାମ ସିଂହ , ପ୍ରଦୀପ୍ତ କୁମାର ଶତପଥୀ , ଶରତ ବାରିକ , ପ୍ରତିମା ନାୟକ , ଅଚ୍ୟୁତାନନ୍ଦ ଦାସ , ଟୁଟୁ ଓଝା ଓ ଦାମୋଦର ଖୁଣ୍ଟିଆ ପ୍ରମୂଖ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା । ପରେ ପରେ ନୃତ୍ୟ ସଙ୍ଗୀତ ପାଲା ଆଦି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଖୁବ ଆକର୍ଷଣୀୟ ହୋଇଥିଲା।

 

Leave a Reply

Your email address will not be published. Required fields are marked *