ବନ୍ଧୁତ୍ୱର ୬୦ ବର୍ଷ ପୂର୍ତ୍ତି ପାଳନକଲେ ସଅଁରା ଓ ନାଲିବର୍ ହାଇସ୍କୁଲର ପ୍ରାକ୍ତନ ବିଦ୍ୟାର୍ଥୀ

ରାଜ୍ୟ
Share

ଝଙ୍କଡ଼ : ବାଣୀ କ୍ଷେତ୍ର ଝଙ୍କଡ଼ ପ୍ରଗଣାରେ ଥିବା ସଅଁରା ଓ ନାଲିବର ହାଇ ସ୍କୁଲ ର ପୁରାତନ ଛାତ୍ରମାନେ ବୟସର ଅପରାହ୍ନରେ ୧୯୬୪-୬୮ ବ୍ୟାଚ୍ ର ଏକ ଅପୂର୍ବ ବନ୍ଧୁମିଳନ ଓ ଗୁରୁପୁଜନ ଉତ୍ସବ ଗତ ରବିବାର ଦିନ ପୁଣ୍ୟତୋୟା ହଂସୁଆ ନଦୀ ର ବେଳାଭୂମି ସ୍ଥିତ ନାଲିବର୍ ହାଇ ସ୍କୁଲ ପରିସରରେ, ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ତଥା ସମାଜସେବୀ ରବିନାରାୟଣ ଦାଶ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି ଉତ୍ସବରେ ଅଲେଖ ଚନ୍ଦ୍ର ବେହେରା ସଭାପତିତ୍ବ କରିଥିଲାବେଳେ ମୂଖ୍ୟଅତିଥି ଭାବେ ସାରଳାସଂସ୍କୃତି ଗବେଷକ ରମାକାନ୍ତ ରାଉଳ ଯୋଗଦେଇ, ବନ୍ଧୁତ୍ୱର ୬୦ ବର୍ଷ ପୂର୍ତ୍ତି ପାଳନର ବିଧିବ୍ୟବସ୍ଥା ର ଉଚ୍ଚ ପ୍ରଶଂସା କରିଥିଲେ। ମୂଖ୍ୟଆବାହକ ନରୋତ୍ତମ ଭୂୟାଁ ସ୍ବାଗତ ଭାଷଣ ଓ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବାପରେ ଦିବଂଗତ ଶିକ୍ଷକ ଶିକ୍ଷୟିତ୍ରୀ ଓ ସହପାଠୀ ମାନଙ୍କ ଉଦ୍ଦେଶ୍ୟରେ ଦୁଇମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।

ଏହି ଅବସରରେ ଗୁରୁ ଧୁନଚନ୍ଦ୍ର ବିଶ୍ୱାଳ ଙ୍କୁ ଉତ୍ତରୀୟ ମାନପତ୍ର ଉପଢୌକନ ଓ ମାଲ୍ୟାର୍ପଣ କରାଯାଇ ସମ୍ମାନିତ ସମ୍ବର୍ଦ୍ଧିତ କରା ଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ କୃଷ୍ଣଚନ୍ଦ୍ର ଦାଶ , ଉପେନ୍ଦ୍ର ନାଥ ଦାଶ , ଅମ୍ବିକାପ୍ରାସାଦ ଦାଶ, ନାରାୟଣ ସେଠୀ , ହଳଧର ନାୟକ, ଗୋପୀନାଥ ମଲ୍ଲ, ଗନ୍ଧର୍ବ ଖଟୁଆ, କୃଷ୍ଣଚନ୍ଦ୍ର ତ୍ରିପାଠୀ, ଦେବେନ୍ଦ୍ର ପରିଡ଼ା, ଗଣେଶ୍ୱର ମଲ୍ଲ, ସାରଦା ଚରଣ ଶତପଥୀ , କୃଷ୍ଣଚନ୍ଦ୍ର ଦାଶ, ପ୍ରଖ୍ୟାତ ଚିତ୍ରଶିଳ୍ପୀ କ୍ଷେତ୍ରମୋହନ ସେଠୀ , ମହେଶ୍ୱର ବେହେରା , ରାଜକିଶୋର ଦାଶ, ବ୍ରଜବନ୍ଧୁ ସ୍ୱାଇଁ, ଗୋବିନ୍ଦ ଚନ୍ଦ୍ର ଭାରତୀ , ପୂର୍ଣ୍ଣଚନ୍ଦ୍ର ବିଶ୍ବାଳ, ବ୍ରଜବନ୍ଧୁ ସ୍ୱାଇଁ , ଗଣେଶ୍ୱର ମଲ୍ଲ ପ୍ରମୁଖ ଏହି ଉତ୍ସବ ରେ ନିଜ ନିଜର ଅନୁଭୂତି ଓ ଅନୁଭବର କଥା କହିଲା ବେଳେ ଭବବିହ୍ୱଳ ହୋଇ ଉଠିଥିଲେ । ଅତୀତର ସ୍ମୃତି ସାଉଁଟିଲା ବେଳେ, କେତେକ ଙ୍କ ଆଖି ଛଳ ଛଳ ହୋଇଥିଲା ତ ଆଉ କେତେକ ଖୁସି ଓ ଆନନ୍ଦରେ ବିଭୋର ହୋଇ ଉଠିଥିଲେ। ତେବେ ସମସ୍ତ ସାଙ୍ଗମାନେ ଏ ସମସ୍ତ କାର୍ଯ୍ୟକ୍ରମର ସଫଳତା ପାଇଁ, ମୂଖ୍ୟ ବ୍ୟବସ୍ଥାପକ ରବିନାରାୟଣ ଦାଶ ଙ୍କର ଦୀର୍ଘ ନିରାମୟ ଜୀବନ କାମନା କରି କୃତଜ୍ଞତା ଜଣାଇଥିବାର ଦେଖିବାକୁ ମିଳିଥିଲା !

Leave a Reply

Your email address will not be published. Required fields are marked *