ଝଙ୍କଡ଼ : ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ଠାକୁରାଣୀ ଙ୍କ ନିତ୍ୟସେବକ, ରାଜ୍ୟପାଳ ଙ୍କ ଦ୍ଵାରା ପୁରସ୍କୃତ, ବିଶିଷ୍ଟ ଚିତ୍ରଶିଳ୍ପୀ ଓ ସାରଳା ଘଟନୃତ୍ୟଗୁରୁ ଗୌରାଙ୍ଗ ଚରଣ ରାଉଳ ଙ୍କ ଚତ୍ରୁଃର୍ଦଶାହ ଉପଲକ୍ଷେ, ସାରଳା ମନ୍ଦିର ସମ୍ମୁଖସ୍ଥ ଦୋଳମଣ୍ଡପ ରେ ଏକ ସ୍ମୃତିଶ୍ରଦ୍ଧାଞ୍ଜଳି ସଭା ଗତ ମଙ୍ଗଳବାର ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ସଭାରେ, ମୂଖ୍ୟଅତିଥି ଭାବେ ଯୋଗଦେଇ ବ୍ୟାସ ଫାଉଣ୍ଡେସନ ର ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟ,କହିଲେ ଯେ, କଳା ଓ କଳାକାର ର କେବେବି ମୃତ୍ୟୁ ହୁଏ ନାହିଁ। କାରଣ କଳା ହେଇଛି କାଳଜୟୀ।
ଘଟନୃତ୍ୟ ଗରୁ ଗୌରାଙ୍ଗ ରାଉଳ ଙ୍କର ସେହି କାଳଜୟୀ କଳା ତାଙ୍କୁ ଜନମାନସରେ ସବୁଦିନ ପାଇଁ ବଞ୍ଚାଇ ରଖିବ । ସ୍ୱତନ୍ତ୍ରଅତିଥି ଭାବେ, ତିର୍ତ୍ତୋଲ ବ୍ଲକ କଳାସଂସ୍କୃତି ପରିଷଦ ର ସଭାପତି ଶିଶିର କୁମାର ପଣ୍ଡା, ଡଃ ସିଦ୍ଧେଶ୍ୱର ପଣ୍ଡା ଙ୍କ ସମେତ ସମ୍ମାନୀତ ଅତିଥି ଭାବେ ବରିଷ୍ଟ ସେବାୟତ ଲକ୍ଷ୍ମୀଧର ମହାପାତ୍ର , ଆଇନଜୀବି ମହେଶ ମହାନ୍ତି , ଯୁବସମାଜସେବୀ ନୃସିଂହ ଚରଣ ରାଉଳ , କ୍ଷୀରୋଦ କୁମାର ରାଉଳ, ବ୍ରଜକିଶୋର ମଲ୍ଲିକ , ସାମ୍ୱାଦିକ ସୁରକ୍ଷା ସମିତିର ସଭାପତି ପଣ୍ଡିତ ଶରତ ଚନ୍ଦ୍ର ଦାଶ , ବିଶ୍ବରଂଜନ ରାଉଳ, ଜ୍ୟୋତିଃ ରବିଜ୍ଞାନି ପ୍ରହ୍ଲାଦ କୁମାର ନାୟକ , ସଙ୍ଗୀତ ନିର୍ଦ୍ଦେଶକ ପ୍ରଭାକର ସାହୁ ପ୍ରମୁଖ ସ୍ୱର୍ଗତ ଗୌରାଙ୍ଗ ରାଉଳ ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ ଏବଂ ରାଜ୍ୟ ଓ ଜାତୀୟ ସ୍ତରରେ ଉଚ୍ଚକୋଟୀର କଳାପ୍ରଦର୍ଶନ କରି, ବିଳମ୍ବରେ ହେଲେ ମଧ୍ୟ ସେ ମହାମହିମ ରାଜ୍ୟପାଳ ଙ୍କ ଦ୍ଵାରା ପୁରସ୍କୃତ ହୋଇପାରିଥିଲେ ବୋଲି ନିଜ ନିଜର ବକ୍ତବ୍ୟ ରେ ଉପସ୍ଥାପନ କରିଥିଲେ। ଉକ୍ତ ସ୍ମୃତି ସଭାରେ ରଞ୍ଜନ କୁମାର ମଲ୍ଲିକ, ଭାଗବତ ପ୍ରସାଦ, ଶ୍ରୀକାନ୍ତ କୁମାର ଦାଶ, ଗୌରାଙ୍ଗ ଚରଣ ସ୍ୱାଇଁ, କବିତା ଦାଶ ପ୍ରମୁଖ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ !
ପରିଶେଷରେ ପାଲା ଗାୟକ ମିହିର କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପରେ କୁଜଙ୍ଗ ଝିମାଣୀ ଗ୍ରାମର ଲଳିତ ଦାସୀ ସଂକୀର୍ତ୍ତନ ମଣ୍ଡଳୀ ର ଅକ୍ଷୟ କୁମାର ବିଶ୍ବାଳ, ସସ୍ମିତା ବିଶ୍ୱାଳ ଓ ମାନିନୀ ବରାଳ ପ୍ରମୁଖ ୧୬ ଜଣ ମହିଳା କଳାକାର ମାନଙ୍କ ଦ୍ବାରା ଭକ୍ତି ଭାବମୟ ସଙ୍ଗୀତ ଓ ନାମ ସଙ୍କୀର୍ତ୍ତନ କାର୍ଯକ୍ରମ ଉପସ୍ଥିତ କଳାପ୍ରେମୀ ମାନଙ୍କୁ ଅଭିଭୂତ କରିଦେଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକୁ ରବୀନ୍ଦ୍ର ରାଉଳ , ରୁଦ୍ରପ୍ରସଦ ରାଉଳ, ଜନାର୍ଦ୍ଦନ ରାଉଳ ଓ ଝଙ୍କଡ଼ କଳାକାର ପରିଷଦ ର ସମସ୍ତ କର୍ମକର୍ତ୍ତା ମାନେ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା।