ବିରିତୋଳ ସିଦ୍ଧ ମହାବୀରଙ୍କ ୮ମ ବାର୍ଷିକ ଯଜ୍ଞୋତ୍ସବ ଉଦଯାପିତ

ରାଜ୍ୟ
Share

ଝଙ୍କଡ :   ତିର୍ତୋଲ ବ୍ଲକ୍ ଅନ୍ତର୍ଗତ ବିରିତୋଳ ପଞ୍ଚାୟତର ବେହେରାସାହି ଛକ ନିକଟରେ ସିଦ୍ଧ ମହାବୀର ଙ୍କ ଅଷ୍ଟମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ, ସମସ୍ତ ଗ୍ରାମବାସୀଙ୍କ ସକ୍ରିୟ ସହଯୋଗ ରେ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଗତ ସୋମବାର ଦିନ ଉଦଯାପିତ ହୋଇଯାଇଛି। ୧୯ ତାରିଖ ଶୁକ୍ରବାର ଠାରୁ ଆରମ୍ଭ ହେଇଥିବା ଏହି ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ, ନାମ ସଙ୍କୀର୍ତ୍ତନ, କଳସ ଶୋଭାଯାତ୍ରା , ମଣ୍ଡଳପୂଜା, ଅଗ୍ନି ସ୍ଥାପନ, ଗୋପୂଜା, ସୂର୍ଯ୍ୟପୂଜା, ଓ ଆହୂତି ପ୍ରଦାନ ଆଦି କାର୍ଯ୍ୟକ୍ରମରେ, ପଣ୍ଡିତ ଅମର ରଞ୍ଜନ ପଣ୍ଡା, ପୁସ୍ତକl ଚାର୍ଯ୍ୟ ଭାବେ ଦାୟିତ୍ଵ ନିର୍ବାହ କରିଥିବା ବେଳେ, ପଣ୍ଡିତ ସମୀରକାନ୍ତ ଦାଶ, ମନୋରଞ୍ଜନ ଦାଶ, ସୁଧୀର କୁମାର ଦାଶ ଓ ଆଦିତ୍ୟ ନାରାୟଣ ଦାଶ ପ୍ରମୁଖ ଆହୁତି ପ୍ରଦାନ, ଅଭିଷେକ, ମଣ୍ଡଳପୂଜା ସହିତ ନୀତି କାନ୍ତି ଓ ପୂଜାର୍ଚ୍ଚନା ରେ ସହଯୋଗ କରିଥିଲେ।

ତେବେ ଏହି ସମସ୍ତ ଆଧ୍ୟାତ୍ମିକ ସାରସ୍ଵତ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଯଜ୍ଞକମିଟି ର କର୍ମକର୍ତ୍ତା ସୁଧାଂଶୁ ବେହେରା , ଆଇନଜୀବି ଅଭିଜିତ ପୃଷ୍ଟି, ଜ୍ଞାନ ରଞ୍ଜନ ପୃଷ୍ଟି, , ଗଜି ସାସମଲ, ମଙ୍ଗୁଳ ଚରଣ ବେହେରା, ବିଶ୍ବରଂଜନ ପୃଷ୍ଟି , କୌଶିକ ପୃଷ୍ଟି , ଦିପନ୍ ବିଶ୍ୱାଳ ଙ୍କ ସମେତ ସମସ୍ତ ସଦସ୍ୟ ଓ ଗ୍ରାମବାସୀ ମାନେ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ଭକ୍ତି ଭାବମୟ ପରିବେଶ ସୃଷ୍ଟି କରିଥିଲା।

Leave a Reply

Your email address will not be published. Required fields are marked *