ଝଙ୍କଡ଼ : ବାଣୀ କ୍ଷେତ୍ର ଝଙ୍କଡ଼ର ଅଧିଶ୍ୱର ଝଙ୍କେଶ୍ଵର ମହଦେବ ଙ୍କ ୪୦ ତମ ବିଶ୍ଵଶାନ୍ତି ମହାଯଜ୍ଞ ଗତ ୧୮ ତାରିଖରୁ ଶୁଭାରମ୍ଭ ହୋଇ , ୨୨ ତାରିଖ ସୋମବାର ଦିନ ବିଳମ୍ବିତ ରାତ୍ରୀରେ ପୂର୍ଣ୍ଣାହୂତି ପ୍ରଦାନ କରାଯାଇ, ଉଦଯାପିତ ହୋଇଯାଇଛି । ଅଙ୍କୁରା ରୋପଣ , କଳସ ଶୋଭାଯାତ୍ରା, ଘଟସ୍ଥାପନ, ମଣ୍ଡଳପୂଜା , ରୁଦ୍ରଭିସେକ , ଗୀତା ପାଠ , ଚଣ୍ଡୀପାଠ ଓ ଯଜ୍ଞରେ ଆହୂତି ପ୍ରଦାନ କରାଯାଇଥିଲା। ଯଜ୍ଞକର୍ତ୍ତା ପ୍ରଦୀପ୍ତ କୁମାର ପଣ୍ଡା ଓ ଯଜ୍ଞକର୍ତ୍ରୀ ବାସନ୍ତୀ ପଣ୍ଡା ଙ୍କ ପୌରହିତ୍ୟରେ ଏହି କାର୍ଯ୍ୟକ୍ରମରେ , ମୂଖ୍ୟ ଆଚାର୍ଯ୍ୟ ରାକେଶ ଦାଶ, ପୁସ୍ତକl କାର୍ଯ୍ୟ ପଣ୍ଡିତ ଦେବେନ୍ଦ୍ର କୁମାର ଦାଶ ଙ୍କ ସମେତ ନିକୁଞ୍ଜ ବିହାରୀ ଦାଶ, ସରୋଜ ଦାଶ , ଶାରଦା ପ୍ରସନ୍ନ ମିଶ୍ର , ଜ୍ଞାନେନ୍ଦ୍ର ଦାଶ , ରଶ୍ମିକାନ୍ତ ଦାଶ ଓ ଗୁରୁପ୍ରାସାଦ ଦାଶ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।
ଯଜ୍ଞ ପରିଚାଳନା କମିଟି ର କର୍ମକର୍ତ୍ତା ବଳରାମ ପରିଡା, ସୁକାନ୍ତ କୁମାର ପରିଡ଼ା, ବିଳାସ ଚନ୍ଦ୍ର ବେହେରା, ସୁବ୍ରତ ମଲ୍ଲିକ ଙ୍କ ସମେତ ସମସ୍ତ ସ୍ଥାନୀୟ ଅଞ୍ଚଳର ଅଧିବାସୀ ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା। ମହାଦେବ ଙ୍କ ନିତ୍ୟ ପାଳିଆ ସେବକ ମାଧବ ପଣ୍ଡା , ଯୋଗେନ୍ଦ୍ର ପଣ୍ଡା , କାହ୍ନୁ ପଣ୍ଡା , ବିଜୟ କୁମାର ଦାସ , ପ୍ରଦୀପ୍ତ ଦାସ , ଭାଗେଶ୍ଵର ଦାସ ଓ ମହେଶ୍ୱର ଦାସ ପ୍ରମୁଖ ଠାକୁର ଙ୍କ ମାର୍ଜନା , ଅଭିଷେକ ଓ ପୂଜାର୍ଚ୍ଚନା କାର୍ଯ୍ୟ ସୂଚାରୁ ରୁପେ ସଂପାଦନ କରିଥିଲେ । ତେବେ ଦୀର୍ଘ ପାଞ୍ଚଦିନ ଧରି ଏହି ମହାନ ଆଧ୍ୟାତ୍ମିକ ସାରସ୍ଵତ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ଭକ୍ତି ଭାବମୟ ପରିବେଶ ସୃଷ୍ଟି କରିଥିଲା।