ଜଙ୍ଗଲରୁ ୩ଟି ଲ୍ୟାଣ୍ଡମାଇନ ଉଦ୍ଧାର କଲେ ବିଏସ୍‌ଏଫ୍‌ ଯବାନ, ବୋମା ଖଞ୍ଜିଥିଲେ ନକ୍ସଲ

ରାଜ୍ୟ
Share

ରାୟଗଡ଼ା: ଅଳ୍ପକେ ବର୍ତ୍ତିଲେ ବିଏସ୍‌ଏଫ୍‌ ଯବାନ। ଅପରେସନରେ ଯାଇଥିବା ବେଳେ ହୋଇଥାନ୍ତେ ଲ୍ୟାଣ୍ଡମାଇନର ଶିକାର। ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ପଡ଼ିଆ ଥାନା ଅନ୍ତର୍ଗତ ସିଲାକୋଟା ଜଂଗଲରେ। ୧୪୨ ବାଟାଲିୟନର ବିଏସ୍‌ଏଫ୍‌ ଯବାନ ସିଲାକୋଟା ଅଂଚଳରୁ ସର୍ଚ୍ଚ ଅପରେସନ ଯାଇଥିବା ସମୟରେ ଲ୍ୟାଣ୍ଡମାଇନ ଲାଗିଥିବାର ଜାଣିବାକୁ ପାଇଥିଲେ। ପରେ ବୋମା ନିଷ୍କ୍ରିୟ ଦଳକୁ ଡାକି ସର୍ଚ୍ଚ କରିବା ସମୟରେ ତିନୋଟି ଲ୍ୟାଣ୍ଡ ମାଇନ ଉଦ୍ଧାର କରିଥିଲେ। ଦୁଇଟିର ଓଜନ ୧୨ କିଲୋ ଥିବା ବେଳେ ଅନ୍ୟ ଗୋଟିଏ ଲ୍ୟାଣ୍ଡମାଇନର ଓଜନ ୧୫ କିଲୋ ରହିଛି। ତିନୋଟି ଲ୍ୟାଣ୍ଡମାଇନକୁ ଉଦ୍ଧାର କରିବା ପରେ ସତର୍କତାର ସହ ନିଷ୍କ୍ରିୟ କରିଛନ୍ତି।
ଘଟଣାସ୍ଥଳରୁ ୨୦ ମିଟର କୋଟେକ୍ସ ତାର, ୨୪ଟି ଜିଲୋଟିନ ଷ୍ଟିକ, ଦୁଇ ବ୍ୟାଣ୍ଡର ବିଦ୍ୟୁତ ତାର ଜବତ କରିଛନ୍ତି। ପୁଲିସକୁ ଟାର୍ଗେଟ କରି ମାଓବାଦୀମାନେ ଏବି ବୋମା ଖଞ୍ଜିଥିଲେ।

Leave a Reply

Your email address will not be published. Required fields are marked *