ଝଙ୍କଡ଼ : ପ୍ରତିଦିନ ସକାଳୁ ଉଠି ନଗି ଟିଏ ଧରି ଫୁଲତୋଳିବା ପରେ, ନିଜହାତରେ ତିନିଟି ପୁଲମାଳ ଗୁନ୍ଥିବା ପରେ , ରାତ୍ରୀରେ ମା ସାରଳା ଠାକୁରାଣୀ ଙ୍କ ବଡ଼ସିଂହାର ବେଶ ପାଇଁ ଯୋଗାଇ ଆସୁଥିବା ସାରଳାଭକ୍ତ ସାରଦା ପ୍ରାସାଦ ମହାନ୍ତି (୮୬) ଙ୍କ ବିୟୋଗରେ ଶାରଳାପୀଠ କନକପୁର ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ମା ସାରଳା ଙ୍କ ସିଂହାସନ ଉପରେ ସାରଳା ଙ୍କ ସହିତ କୋଳମା ଓ ବିଜେପ୍ରତିମା ପୂଜା ପାଆନ୍ତି।
ଏହି ତିନି ମା ଙ୍କ ପଇଁ ସ୍ବର୍ଗତ ମହାନ୍ତି ତିନିଗୋଟି ଫୁଲମାଳ ମୃତ୍ୟୁ ପର୍ଯ୍ୟନ୍ତ ଯୋଗାଇ ଆସୁଥିଲେ ।ଗ୍ରାମ୍ୟଶ୍ମଶାନରେ ତାଙ୍କର ଅନ୍ତେଷ୍ଟକ୍ରିୟା ସମୟରେ ବଡ଼ପୁଅ ଅରବିନ୍ଦ ମହାନ୍ତି ମୁଖାଗ୍ନୀ ଦେଇଥିଲେ। ତାଙ୍କ ବିୟୋଗରେ ରମେଶ ଚନ୍ଦ୍ର ରାୟ ,ସଚିତ୍ର ମହାପାତ୍ର, ବନିତା ମହାପାତ୍ର, ଭାଗିରଥୀ ମହାନ୍ତି , ପ୍ରାକ୍ତନ ଏସ ପି ପ୍ରମୋଦ ମାହାନ୍ତି, ପ୍ରାକ୍ତନ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ସାହୁ , ସେବାନିବୃତ୍ତ ସଂସ୍କୃତି ଅଧିକାରୀ ଅରବିନ୍ଦ ଜେନା, ସ୍ଥାନୀୟ ସରପଞ୍ଚ ରେବତୀ ମହାନ୍ତି , ସମାଜସେବୀ ଅଶୋକ କୁମାର ମହାନ୍ତି , ଅନିଲ କୁମାର ମହାନ୍ତି , ଡଃ ମୀନାକ୍ଷୀ ମହାନ୍ତି , ଡଃ ବୀରକିଶୋର ପରିଜା , ଭବାନୀ ପ୍ରସନ୍ନ ମହାନ୍ତି, ବରଦା ପ୍ରସନ୍ନ ମହାନ୍ତି , ଲକ୍ଷ୍ମୀଧର ମହାପାତ୍ର , ରମାକାନ୍ତ ରାଉଳ , ସୁଜାତା ସ୍ଵାଇଁ , ସଂଜିତ ସ୍ୱାଇଁ ପ୍ରମୁଖ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଗଭୀରଶୋକ ପ୍ରକାଶ କରିଅଛନ୍ତି। ବିଶେଷ କରି ମା ସାରଳାଙ୍କ ମନ୍ଦିରର ସମସ୍ତ ପଣ୍ଡା ସେବକ ଓ ପ୍ରାଶାସନିକ ଅଧିକାରୀ ମାନେ ମର୍ମାହତ ହୋଇ ଦୁଖବ୍ୟକ୍ତ କରିଅଛନ୍ତି ।